କ୍ରାଣ୍ଡିବାଲି ରେ ଆରମ୍ଭ ହେଲା ତ୍ରିନାଥ ଠାକୁର ଯାତ୍ରା

add-all


ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ ଥିବା ଜିଲ୍ଲାର ଏକ ମାତ୍ର ତ୍ରିନାଥ ଠାକୁର ଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତ୍ରିନାଥ ଠାକୁର ଙ୍କ ଯାତ୍ରା ଆରମ୍ଭ ହୋଇଛି | ଦୀର୍ଘ ୪୪ବର୍ଷ ଧରି ଏହି କ୍ରାଣ୍ଡିବାଲି ଗାଁ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇ ଅସୁଥିବା ବେଳେ ଚଳିତ ବର୍ଷ ମଧ୍ୟ୍ୟ ଏହି ଯାତ୍ରା ବହୁ ଧୂମଧାମ ରେ ଆରମ୍ଭ ହୋଇଛି | ରବିବାର ସକାଳୁ ଗ୍ରାମବାସୀ ତ୍ରିନାଥ ଠାକୁର ଙ୍କୁ ଏକ ସୁସଜ୍ଜିତ ବିମାନରେ ଏକ ବିରାଟ ପଟୁଆର ସହ ବାଜାବାଦ୍ୟ ବଜାଇ କଳସ ଶୋଭାଯାତ୍ରାରେ ପରିକ୍ରମା କଲାପରେ ମନ୍ଦିର ପରିସରରେ କରାଯାଇ ଥିବା ଯଜ୍ଞ ମଣ୍ଡପରେ ଯଜ୍ଞ ଆରମ୍ଭ ହୋଇଥିଲା | ଏହି ପୁଜା କାର୍ଯ୍ୟ ର ଶୁଭାରମ୍ଭ ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଙ୍କ ସହ କନ୍ଧମାଳ ସାଂସଦ ଡାକ୍ତର ଅଚ୍ୟୁତ ସାମନ୍ତ ଙ୍କ ପ୍ରତିନିଧି ବିଷ୍ଣୁ ଚରଣ ମଳିକ ମଧ୍ୟ୍ୟ ସାମିଲ ହୋଇଥିଲେ | ଅନ୍ୟପଟେ ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଯାତ୍ରା ପରିଚାଳନା କମିଟି ସଭାପତି ରବୀନ୍ଦ୍ର କହଁର ଙ୍କ ସହ ଉପସଭାପତି ଧରିତ୍ରୀ କହଁର,ସମ୍ପାଦକ ସୁଶାନ୍ତ ଦିଗାଲ,ସହ ସମ୍ପାଦକ ସୁଧିର ଦିଗାଲ,ପରିଚାଳକ ନିରଞ୍ଜନ ଦିଗାଲ, ସହ ପରିଚାଳକ ମାନସ ରଞ୍ଜନ ସାହୁ,ମ୍ୟାନେଜର ଅଜୟ ସାହୁ, କୋଷାଧକ୍ଷ ବିମଲ ଚନ୍ଦ୍ର ସାହୁ ଙ୍କ ସହ ଯାତ୍ରା ପରିଚାଳନା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ଉପସ୍ଥିତ ରହି ଯାତ୍ରା କୁ ପରିଚାଳନା କରୁଥିବା ଦେଖିବାକୁ ମିଳିଛି | ସେପଟେ ତିନି ଦିନ ଧରି ଯାତ୍ରା ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ନୟାଗଡ଼ ର ନବରଙ୍ଗ ନାଚ,ଗଞ୍ଜାମ ର ଭାରତ ଲୀଳା ଓ ଫିରିଙ୍ଗିଆ ବ୍ଲକ ନୂଆପଦର ଗାଁ ର ରାମାୟଣ ନାଚ ମୁଖ୍ୟ ଆକର୍ଷଣ ଥିବା କମିଟି ତରଫରୁ ସୂଚନା ଦିଆଯାଇଛି | ଅନ୍ୟପଟେ ଯାତ୍ରା ର ଭିଡକୁ ଆଖି ଆଗରେ ରଖି ଗୋଛାପଡା ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ତା କୁ କଡା କୁଡି କରାଯାଇ ଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି |

ad-week
Leave A Reply

Your email address will not be published.