
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।ଚଳିତ ନୂତନ ବର୍ଷ ଉପଲକ୍ଷେ ଫୁଲବାଣୀ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁ ମାନଙ୍କର ଏକ ଚିନ୍ତନ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବ୍ୟବସ୍ଥାପିକା ,କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବାରେ ବିଫଳ ହେଲେ ଗଣମାଧ୍ୟମ ସେମାନଙ୍କ ମଧ୍ୟରେ ସେତୁଭଳି କାର୍ଯ୍ୟ କରେ।କିନ୍ତୁ କେତେକ ବ୍ୟକ୍ତି ସେଥିରେ ଉତକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଓ ଅସମ୍ମାନ କରିଥାନ୍ତି। କିନ୍ତୁ ଗଣ ମାଧ୍ୟମ ସହିତ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉତ୍ତମ ସମନ୍ୱୟ ରହିଲେଵିଭିନ୍ନ ଯୋଜନାର ସଫଳତା ସାଧାରଣ ଜନତା ପାଇ ପାରିବେ ବୋଲି ବକ୍ତବ୍ୟ ରଖିଥିଲେ ।ସେହିପରି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ନ୍ୟୁଜ 18 ଓଡ଼ିଆ ବାଳକୃଷ୍ଣ ଚର୍ଚି ବହୁତ କମ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରନ୍ତି ଯାହା ମଧ୍ୟରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଅନ୍ୟତମ।ତାଙ୍କର ଉଦାର ମାନସିକତା ପାଇଁ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବେଶ ସୁନାମ ଅର୍ଜୁନ କରିଛନ୍ତି ବୋଲି କହିଥିଲେ ।ସେହିପରି ସାମ୍ବାଦିକ ଡଃ ସୂର୍ଯ୍ୟ ନାରାୟଣ ବେହେରା ତାଙ୍କ ଜନ୍ମଦିନ ଅବସରରେ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଜନସାଧାରଣଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଇ କାମ କରିବାକୁ ଭଗବାନ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଆଇନଜିବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ କୁମାର ଜେନା, ଶିବ ନାୟକ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସୁଧୀର ମହାରଣା ପ୍ରମୂଖ ଯୋଗ ଦେଇ କାଯ୍ଯକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ଅଭିଭାଷଣ ଦେବା ସହ ଧନ୍ଯବାଦ ଅର୍ପଣ କରିଥିଲେ l