ଜଗତ କଲ୍ୟାଣ ପାଇଁ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ

add-all

ବ୍ରହ୍ମପୁର : ବ୍ରହ୍ମାନଗର ତୃତୀୟ ଗଳି ନିକଟରେ ଥିବା ଶ୍ରୀରାମ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣ ଠାରେ ଗତ ତିଳ ସପ୍ତମୀ ଠାରୁ ଚାଲିଥିବା ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଦୀର୍ଘ 9 ଦିନ ଧରି ଚାଲିଥିବା କାଯ୍ୟକ୍ରମ ଆଜି ରବିବାର ମାଘ ପୂର୍ଣମୀ ଦିନ ଉଦଯାପିତ ହୋଇଯାଇଛି |ବ୍ରହ୍ମପୁର ଦିବ୍ୟ ଜୀବନ ସଂଘ ଶାଖା ସମ୍ପାଦକ କପିଳେନ୍ଦ୍ର ପଣ୍ଡା, ଶିବ ଶଙ୍କର ପାଣିଗ୍ରାହୀ ପ୍ରାକ୍ତନ ସମ୍ପାଦକ ସମେତ ମନ୍ଦିର ଉପଦେଷ୍ଟା କୁଞ୍ଜ ବିହାରୀ ପାଢ଼ୀ, ସୁରେନ୍ଦ୍ରନାଥ ସାହୁ, ସଭାପତି ହରିହର ସାହୁ, ରାମଚନ୍ଦ୍ର ସାହୁ, ନିରଞ୍ଜନ ମହାନ୍ତି, ସ୍ୱାଧୀନା ପାତ୍ର, ସସ୍ମିତା ପଣ୍ଡା, ଏବଂ ସୁରେନ୍ଦ୍ର ପାଢ଼ୀଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନ ସହ ଭାସ୍କର ଦୋରା, ନୀଳମାଧବ ଶର୍ମା, ସୁଜାତା ତ୍ରିପାଠୀ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ad-week
Leave A Reply

Your email address will not be published.