
ଫୁଲବାଣୀ : ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, କନ୍ଧମାଳ, ଘୁ. ଉଦୟଗିରି କାର୍ଯ୍ୟାଳୟ ଠାରେ କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧିତ ବିଭିନ୍ନ ବିଭାଗର ବୈଜ୍ଞାନିକ ଓ ଅଧିକାରୀ ମାନଙ୍କୁ ନେଇ ୨୭ ତମ ବୈଜ୍ଞାନିକ ପରାମର୍ଶ ଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ ତଥା ବରିଷ୍ଠ ବୈଜ୍ଞାନିକ ନାରାୟଣ ବାର ଙ୍କ ଦ୍ଵାରା ମୁଖ୍ୟ ଅତିଥି ଡ଼ ଅଭିଜିତ ହଳଧର ବୈଜ୍ଞାନିକ ଆଇସିଏଆର, ଅଟାରି, କୋଲକାତା ଓ ଅନ୍ୟ ଅତିଥି ମାନଙ୍କୁ ସ୍ଵାଗତ କରାଯିବା ପରେ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ବୈଠକ ଆରମ୍ଭ କରାଯାଇଥିଲା। ଏହି ବୈଜ୍ଞାନିକ ପରାମର୍ଶ ଦାତା ବୈଠକ ର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସ୍ଥାନୀୟ ଓୟୁଏଟି ଅଧିକାରୀ ତଥା ଡେପୁଟି ଡାଇରେକ୍ଟର ଡ଼ ହେମନ୍ତ କୁମାର ସାହୁ ସମସ୍ତଙ୍କୁ ଅବଗତ କରାଇ ଥିଲେ। ବୈଠକରେ ବରିଷ୍ଠ ବୈଜ୍ଞାନିକ ନାରାୟଣ ବାର ଙ୍କ ଦ୍ଵାରା ବିଗତ ବର୍ଷର ଆକ୍ସନ ପ୍ଲାନ ଓ ଆସନ୍ତା ବର୍ଷ ମାନଙ୍କରେ କିଭଳି ଭାବରେ ସଫଳ ଓ ଲାଭଦାୟକ ଚାଷର ଆକ୍ସନ ପ୍ଲାନ୍ ପଢ଼ାଯିବା ସହ ସମସ୍ତ ଚାଷ ଓ ଚାଷ ସମ୍ବନ୍ଧିତ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। ବିଭିନ୍ନ ଋତୁ ରେ କରାଯାଉଥିବା ବିଭିନ୍ନ ଫସଲ ଗୁଡ଼ିକର ସଫଳ ଚାଷ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା।