ପତ୍ନୀଙ୍କୁ ମାଡ଼ମାରିବା ଅଭିଯୋଗ : ପୂର୍ବତନ ଭାରତୀୟ କ୍ରିକେଟର୍‌ ବିନୋଦ କାମ୍ବଲି ଅଟକ

add-all

ମୁମ୍ବାଇ : ପତ୍ନୀଙ୍କୁ ପିଟାପିଟି ଏବଂ ଗାଳିଗୁଲଜ କରିବା ଅଭିଯୋଗରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ବିନୋଦ କାମ୍ବଲିଙ୍କୁ ପୁଲିସ ଅଟକ ରଖିଛି। ସୁବୁରବର୍ଣ୍ଣ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଏଭଳି କାଣ୍ଡ ଘଟାଇଥିବା କାମ୍ବଲିଙ୍କ ବିରୋଧରେ ମୁମ୍ବାଇ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି। ତାଙ୍କ ବିରୋଧରେ ପତ୍ନୀ ଆନ୍ଦ୍ରିଆ ଗୁରୁତର ଅଭିଯୋଗ କରିଥିଲେ। କାମ୍ବଲି ତାଙ୍କ ଉପରକୁ ରୋଷେଇରେ ବ୍ୟବହୃତ ଏକ ପ୍ୟାନ୍‌ର ହ୍ୟାଣ୍ଡଲ୍‌ ଫିଙ୍ଗିବାରୁ ସେ ମୁଣ୍ଡରେ ଆଘାତ ପାଇଥିଲେ ବୋଲି ଆନ୍ଦ୍ରିଆ ଅଭିଯୋଗ କରିଥିବା ବାନ୍ଦ୍ର ଥାନା ପକ୍ଷରୁ କୁହାଯାଇଛି।
ଏହି ଘଟଣା ଶୁକ୍ରବାର ଅପରାହ୍ନ ୧ଟାରୁ ୧.୩୦ ମଧ୍ୟରେ ଘଟିଥିଲା। ସେହି ସମୟରେ କାମ୍ବଲି ମଦ୍ୟ ପାନ କରିଥିଲେ ଏବଂ ତାଙ୍କୁ ଖୁବ୍‌ ଗାଳିଗୁଲଜ କରିଥିଲେ ବୋଲି ଆନ୍ଦ୍ରିଆ ଅଭିଯୋଗରେ ଉଲ୍ଲେଖ କରିଥିଲେ। ସେତେବେଳେ ପାଖରେ ଥିବା ତାଙ୍କ ୧୨ ବର୍ଷର ପୁଅ ହସ୍ତକ୍ଷେପ କରିଥିଲେ ମଧ୍ୟ କାମ୍ବଲି ରୋଷେଇ ଘରକୁ ଯାଇ ଏକ ଭଙ୍ଗା ଫ୍ରାଇଂ ପ୍ୟାନ୍‌ର ହ୍ୟାଣ୍ଡଲ ଆଣି ପତ୍ନୀଙ୍କ ଉପରକୁ ଫିଙ୍ଗିଥିଲେ। ଯେଉଁଥିରେ କି ସେ ଆହତ ହୋଇଥିଲେ। ଏହାପରେ ଆନ୍ଦ୍ରିଆ ତୁରନ୍ତ ଭାବା ହସ୍ପିଟାଲକୁ ଯାଇ ଚିକିତ୍ସିତ ହୋଇଥିଲେ। ଆନ୍ଦ୍ରିଆଙ୍କ ଅଭିଯୋଗକୁ ଭିତ୍ତି କରି ବାନ୍ଦ୍ରା ଥାନା ଶୁକ୍ରବାର ଆଇପିସିର ୩୨୪ ଏବଂ ୫୦୪ ଧାରାରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଘଟଣାର ତଦନ୍ତ ଚାଲିଛି ଏବଂ କାମ୍ବଲିଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବା ପୁଲିସ କହିଛି।

ad-week
Leave A Reply

Your email address will not be published.