
ବ୍ରହ୍ମପୁର, : ଗଞ୍ଜାମ ଓକିଲ ସଂଘର କନଫ୍ରେସନ ହଲ ପରିସରରେ ସଂଘର ବିଶିଷ୍ଟ ଆଇନଜୀବୀ ସତ୍ୟ ନାରାୟଣ ପାଢ଼ିଙ୍କ ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇଥିଲା । ସଭାପତି କପିଳେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସ୍ବର୍ଗତ ସତ୍ୟନାରାୟଣ ପାଢ଼ିଙ୍କ ପୁଅ ଶିଶିର କୁମାର ପାଢ଼ିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଅତିଥ୍ ଭାବେ ଯୋଗ ଆଇନଜୀବୀ ମାନେ ସମାଜକୁ ସୁଧାରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ତେଣୁ ପ୍ରତ୍ୟେକ ଆଇନଜୀବୀ ଏମିତି କିଛି କାମ କରିବା ଯେଉଁଥିପାଇଁ ଲୋକେ ସବୁଦିନ ତାଙ୍କୁ ମନେ ରଖିବେ ବୋଲି କହିଥିଲେ । ଏହି ଅବସରରେ ସ୍ବର୍ଗତ ପାଢ଼ୀଙ୍କ ଜୀବନୀ ଉପରେ ଗୁଣଜ୍ଞାନ କରିବା ସହ ଦୁଇ ମିନିଟ ନିରବ ପାର୍ଥନା କରଯାଇଥିଲା । ତାହା ସହ ୧୦ ପିଅନ ମାନଙ୍କୁ ୫ହଜାର ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିଲା । ପରେ କୋର୍ଟ ପରିସରରେ ଏକ ପ୍ରସାଦ ସେବା କାର୍ଯ୍ୟକ୍ରମ ହୋଇଥିଲା । ଶ୍ରାଦ୍ଧ ଦିବସ ଅବସରରେ ଉପସଭାପତି ପ୍ରକାଶ ଚନ୍ଦ୍ର ଦାଶ, ସମ୍ପାଦକ ସୁଶୀଲ ତ୍ରିପାଠୀ, ସହ ସମ୍ପଦକ ଦୁର୍ଗା ରାଓ, ବରିଷ୍ଠ ଆଇନଜୀବୀ କିଶୋର ବିଷୋୟୀ, ଏସ୍.ରାମ କୁମାର, ମାଗୁଣି ଚରଣ ପଲାଇ, ସୁଧାଂଶୁ ପଣ୍ଡା, କୈଳାସ ପଣ୍ଡା, ରବି ପାଣିଗ୍ରାହୀ, ପି.ଏନ୍ ପାତ୍ର, ଅରୁଣ ରାଉତ, ପୀତବାସ ପଣ୍ଡ. ମନୋଜ ପଟ୍ଟନାୟକ, କରୁଣାକର ପାଣିଗ୍ରାହୀ ଓ ତାପସ କୁମାର ସାହୁ,ଅସିତ ସାବତ, ସୁଧୀର ମିଶ୍ର, ବାପୁଜି ପଟ୍ଟନାୟକ, ପ୍ରମିତ୍ ରଞ୍ଜନ ମହାପାତ୍ର ବିରଞ୍ଜି ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।