ପଞ୍ଜାବ: ଲୁଧିଆନା କୋର୍ଟ ବାହାରେ ଗୁଳିକାଣ୍ଡ; ୩ ଅଭିଯୁକ୍ତ ଫେରାର

add-all

ଲୁଧିଆନା: ପଞ୍ଜାବର ଲୁଧିଆନା ଜିଲ୍ଲା ଅଦାଲତ ପରିସର ବାହାରେ ମଙ୍ଗଳବାର ଅପରାହ୍ନରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ୩ ଜଣ ଅଜ୍ଞାତ ବ୍ୟକ୍ତି ଲୁଧିଆନା ଜିଲ୍ଲା ଅଦାଲତ ପରିସର ବାହାରେ ୩ ରାଉଣ୍ଡ ଗୁଳି ଚାଳନା କରିବା ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଗୁଳିକାଣ୍ଡର କାରଣ ଜଣା ପଡ଼ି ନଥିବା ବେଳେ ଗୁଳିକାଣ୍ଡ ଘଟିଥିବା ଲୁଧିଆନାର କୋଚର ମାର୍କେଟ ଅଞ୍ଚଳରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି।
ଗୁଳିକାଣ୍ଡ ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ଗୁଳିକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ନେଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ଅଭିଯୁକ୍ତମାନଙ୍କୁ ଖୋଜି ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି।
ଘଟଣା ସଂପର୍କରେ ଲୁଧିଆନା ଏସିପି ସୁମିତ ସୁଦ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କୋର୍ଟ ପରିସର ବାହାରେ ଏହି ଗୁଳିକାଣ୍ଡ ଘଟଣା ଘଟିବା ସହ ଗୁଳି ଚାଳନା କରାଯାଇଛି ଏବଂ ଏ ସଂପର୍କରେ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି। ତଦନ୍ତ ପରେ ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ମଡେଲ ଟାଉନ ଥାନାରେ ରୁଜୁ ହୋଇଥିବା ଏକ ଗୃହ ଅନୁପ୍ରବେଶ ମାମଲାର ଶୁଣାଣିରେ ଉଭୟ ପକ୍ଷ କୋର୍ଟକୁ ଶୁଣାଣି ପାଇଁ ଆସିଥିବା ବେଳେ ଏହି ଗୁଳିକାଣ୍ଡ ଘଟଣା ଘଟିଥିଲା।

ad-week
Leave A Reply

Your email address will not be published.