ଚିତା ଆଣିବା ପଛରେ ରହିଛି ଷଡ଼ଯନ୍ତ୍ର ! କମିଯିବ କଂଗ୍ରେସର ଭୋଟ୍ !!

add-all

ନୂଆଦିଲ୍ଲୀ : ଗତ ବର୍ଷ ଆଫ୍ରିକାରୁ ଭାରତକୁ ୮ଟି ଚିତା ବାଘ ଅଣାଯାଇଛି। ଏହି ବାଘ ଗୁଡ଼ିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଛି। ଆଗାମୀ ଦିନରେ ଆଫ୍ରିକାରୁ ଆମ ଦେଶକୁ ଆହୁରି ଚିତା ବାଘ ଆସିବେ। ଏଥିପାଇଁ ଚୁକ୍ତି ମଧ୍ୟ ହୋଇଛି। ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧୨ଟି ଲେଖାଏଁ ଚିତାଙ୍କୁ ଭାରତ ଅଣାଯିବ। ଭାରତରୁ ଚିତା ବଂଶ ସଂପୂର୍ଣ୍ଣ ଲୋପ ପାଇଯାଇଥିବା ବେଳେ ପୁଣି ଥରେ ସେମାନଙ୍କ ବଂଶ ବୃଦ୍ଧି ପାଇଁ ଏହି ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର। ତେବେ ଏ‌ଥିରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ଜଣେ କଂଗ୍ରେସ ବିଧାୟକ।
ଏହି ବିଧାୟକଙ୍କ ନାଁ ପ୍ରାଗୀଲାଲ ଜାଟବ। ସେ ମଧ୍ୟପ୍ରଦେଶ ବିଧାନସଭାର ସଦସ୍ୟ ଅଛନ୍ତି। ଶିବପୁରୀ ଜିଲ୍ଲା କରେରା ନିର୍ବାଚନ ମଣ୍ଡଳୀରୁ ସେ ବିଧାନସଭାକୁ ଯାଇଛନ୍ତି। ତାଙ୍କ ଅଞ୍ଚଳକୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଳ ନାଥଙ୍କ ଗସ୍ତ ଥିବାରୁ ସେ ସୋମବାର ଏକ ପ୍ରସ୍ତୁତି ବୈଠକ ଡାକିଥିଲେ।
ଏହି ବୈଠକରେ ବିଧାୟକ ପ୍ରାଗୀଲାଲ ଜାଟବ କହିଥିଲେ, କୁନୋ ଜାତୀୟ ଉଦ୍ୟାନକୁ ଚିତା ଆଣିବା ବିଜେପିର ଏକ ଚାଲ୍‌। ସେଥିପାଇଁ ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏଠାକୁ ଆସିଥିବା ଚିତା ଗୁଡ଼ିକ ଏବେ ଛୋଟ ଅଛନ୍ତି। ସମୟକ୍ରମେ ସେମାନେ ବଡ଼ ହେବେ ଓ ଅଧିକ ହିଂସ୍ର ହେବେ। ତା’ ସହିତ ସେମାନେ ମଣିଷଙ୍କୁ ଆକ୍ରମଣ କରି ସେମାନଙ୍କୁ ଖାଇଯିବେ। ଚିତାମାନେ ଆମ ଲୋକମାନଙ୍କୁ ଖାଇଯିବେ ଓ ଆମ ଭୋଟ୍ କମି ଯିବ।
ବିଧାୟକଙ୍କ ଏହି କଥା ଶୁଣି ସେଠାରେ ଉପସ୍ଥିତ ଲୋକେ ଜୋରରେ ପାଟି କରିଥିଲେ। ଏହା ପରେ ବିଧାୟକ ହସିଥିଲେ। ତା’ପରେ ସେ କମଳ ନାଥଙ୍କ ଗସ୍ତ ବେଳେ ତାଙ୍କୁ କେମିତି ଭଲ ଭାବେ ସ୍ୱାଗତ କରାଯାଇପାରିବ ସେ ନେଇ କହିଥିଲେ।

ad-week
Leave A Reply

Your email address will not be published.