ଭାରତରେ ଟ୍ୱିଟରର ନୂଆ ନିୟମ,ଏଣିକି ବ୍ଲୁ ଟିକ୍‌ ପାଇଁ ଗଣିବେ ଟଙ୍କା…

add-all

ନୂଆଦିଲ୍ଲୀ : ଏଣିକି ଟ୍ୱିଟର ପାଇଁ ଗଣିବାକୁ ପଡ଼ିବ ଟଙ୍କା। ଟ୍ୱିଟରର ବ୍ଲୁ-ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍‌ରୁ ଖର୍ଚ୍ଚ କରିବେ। ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା’ର ବ୍ଲୁ ଟିକ୍ ପାଇଁ ସବ୍‌ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡ଼ିବ। ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଅଲଗା ଅଲଗା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ।
ଭାରତରେ ଓ୍ୱେବ ୟୁଜର୍ସଙ୍କ ପାଇଁ ଟ୍ୱିଟର ବ୍ଲୁ-ଟିକ୍ ସର୍ଭିସ ଲାଗି ପ୍ରତି ମାସରେ ୬୫୦ ଟଙ୍କା ଦେବାକୁ ପଡ଼ିବ। ତେବେ ମୋବାଇଲ ୟୁଜର୍ସଙ୍କ ପାଇଁ ସର୍ଭିସ ଚାର୍ଜକୁ ଅଲଗା ରଖାଯାଇଛି। ବ୍ଲୁ-ଟିକ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ମାସକୁ ୯୦୦ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡ଼ିବ।
ଗତ ବର୍ଷ ୪୪ ବିଲିୟନ୍ ଡଲାର୍ ଦେଇ ଟ୍ୱିଟରକୁ କିଣିଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ। ଏହାପରେ ମସ୍କ ମାଇକ୍ରୋ ବ୍ଲଗିଂ ଆପ ଟ୍ୱିଟରରେ ଅନେକ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ମଧ୍ୟ ଏଲନ ମସ୍କ ବ୍ଲୁ-ଟିକ୍ ପାଇଁ ଆଗକୁ ଚାର୍ଜ ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ। ଯାହା ଏବେ ଲାଗୁ ହୋଇଛି।
କେବଳ ଭାରତ ନୁହେଁ ଆମେରିକା, ବ୍ରିଟେନ୍, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଜାପାନ ଭଳି ଦେଶଗୁଡିକରେ ୟୁଜର୍ସଙ୍କୁ ଟ୍ୱିଟର ବ୍ଲୁଟିକ୍ ପାଇଁ ମାସକୁ ୮ ଡଲାର ଦେବାକୁ ପଡୁଛି। ସେହିପରି ବାର୍ଷିକ ସବସ୍କ୍ରିପସନ୍ ପାଇଁ ୮୪ ଡଲାର ଦେବାକୁ ପଡୁଛି। ଆଣ୍ଡ୍ରଏଡ୍ ୟୁଜର୍ସଙ୍କଠାରୁ ଅଧିକ ୩ ଡଲାର ଚାର୍ଜ କରି ଟ୍ୱିଟର ଗୁଗୁଲକୁ କମିଶନ ପ୍ରଦାନ କରିବ। ସେହି ହିସାବରେ ଭାରତରେ ୟୁଜର୍ସଙ୍କୁ ୬୫୦ ଟଙ୍କା, ମୋବାଇଲ୍ ୟୁଜର୍ସଙ୍କୁ ୯୦୦ ଟଙ୍କା ଏବଂ ବାର୍ଷିକ ସବସ୍କ୍ରିପସନ୍ ପାଇଁ ୬୮୦୦ ଟଙ୍କା ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି।

ad-week
Leave A Reply

Your email address will not be published.