ଶାର୍କ ଟ୍ୟାଙ୍କ ଇଣ୍ଡିଆରେ କୋଟି କୋଟି ଟଙ୍କାର ଡିଲ୍ କରି ସୋ’ ସରିବା ପରେ ଭୁଲିଯାଉଛନ୍ତି ଶାର୍କ…

add-all

ମୁମ୍ବାଇ: ଶାର୍କ ଟ୍ୟାଙ୍କ ଇଣ୍ଡିଆରେ କୋଟି କୋଟି ଟଙ୍କାର ଡିଲ୍ କରି ସୋ’ ସରିବା ପରେ ଭୁଲିଯାଉଛନ୍ତି ଶାର୍କ। ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ-୨ ଆରମ୍ଭ ହୋଇଥିବା ବେଳେ ସିଜିନ-୧ରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀ ଏଭଳି ଆରୋପ ଲଗାଇଛନ୍ତି। ଟ୍ବିଟ କରି ସେ ୨ଜଣ ଶାର୍କ ଏଭଳି କରୁଥିବା ଦାବି କରିଛନ୍ତି। କିନ୍ତୁ ସେହି ୨ଜଣ ଶାର୍କ କିଏ, ତାହା ସେ କହିନାହାନ୍ତି।
ସିଜିନ-୧ରେ ଭାଗ ନେଇ ଫାଇନାଲରେ ପହଞ୍ଚିଥିବା ଅକ୍ଷୟ ଶାହ ଟ୍ବିଟ କରିଛନ୍ତି ଯେ, “ଗତକାଲି ଜଣେ ପ୍ରତିଷ୍ଠାତାଙ୍କୁ ଭେଟିଥିଲି, ଯିଏ ସିଜିନ୍-୧ ରେ ଦୁଇଜଣ ଶାର୍କଙ୍କ ଠାରୁ ଡିଲ୍ ପାଇଥିଲେ। ହେଲେ ସୋ’ ଶେଷ ହେବା ପରେ ଦୁଇ ଜଣ ଶାର୍କ ତାଙ୍କୁ ଭେଟିନଥିବା ସେ ମୋତେ କହିଛନ୍ତି। ଏମିତି କି ଶାର୍କ ତାଙ୍କ ମେଲର ଜବାବ ବି ଦେଉନାହାନ୍ତି। ଏବେ ଆଉ କ’ଣ କହିବା?
ତାଙ୍କର ଏଭଳି ଟ୍ବିଟ ପରେ ଲେ‌ାକେ ତାଙ୍କୁ ୨ଜଣ ଶାର୍କଙ୍କ ନାଁ କହିବାକୁ ଅନୁରୋଧ କରିଥିଲେ ବି ଅକ୍ଷୟ ଏଭଳି କରିବାକୁ ମନା କରିଛନ୍ତି।
ତେବେ କିଛି ଦିନ ତଳେ ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ-୨ ଆରମ୍ଭ ହୋଇଥିବା ବେଳେ ଏଥିରୁ ଅଶନୀର ଗ୍ରୋଭରଙ୍କ ବାଦ୍ ଦିଆଯାଇଛି। ଭାରତପେ’ ସହିତ ତାଙ୍କର ବିବାଦ ହେବା ପରେ ଦ୍ବିତୀୟ ସିଜିନରେ ତାଙ୍କୁ ଜଜ୍ କରାଯାଇନାହିଁ। ତାଙ୍କ ବଦଳରେ ନୂତନ ଶାର୍କ ଅମିତ ଜୈନ ବ୍ୟବସାୟୀଙ୍କ ସହ ଚୁକ୍ତି କରୁଥିବାର ନଜର ଆସୁଛନ୍ତି। ଅମିତ ‘କାର ଦେଖୋ’ ଗ୍ରୁପର ସହ-ପ୍ରତିଷ୍ଠାତା।

ad-week
Leave A Reply

Your email address will not be published.