
ଫୁଲବାଣୀ : କନ୍ଧମାଳ ଜିଲ୍ଳା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ନିକଟସ୍ଥ ଗୁମା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ଥାପିତ ଓ ପରିଚାଳିତ l ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ସଭାପତି ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ମୁଖ୍ୟ ବକ୍ତା ଅଧ୍ୟାପକ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜଗତ୍ ଜୀବନ ବଗର୍ତ୍ତୀ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବ୍ରୃନ୍ଦାବନ ମହାପାତ୍ର ବେଲଘର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ ବଳିୟାର ସିଂ ପ୍ରଧାନ ଶିକ୍ଷୟିତ୍ରୀ ତରଙ୍ଗମୟୀ ମିଶ୍ର ବାର୍ଷିକ ବିବରଣୀ ପଠନ ସହ ନିମନ୍ତ୍ରିତ ଅତିଥି ଉଦବୋଧନ ଛଳରେ ଆଦର୍ଶ ଛାତ୍ର ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ମଞ୍ଚାସୀନ ଅତିଥିମାନେ । ଶିକ୍ଷକ ଶକରା ମଳିକ ମଞ୍ଚ ପରିଚାଳନା କରିଥିଲେ।ଅଭାବ ଅସୁବିଧାର ସମାଧାନ ସକାଶେ ପ୍ରଧାନ ଶିକ୍ଷୟିତ୍ରୀ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଦ୍ୟାଳୟର ଛାତ୍ର ଛାତ୍ରୀ ଗୈାରବ ଆଣିଥିବାରୁ ସମସ୍ତେ ପ୍ରଶଂସା କରିଥିଲେ। ଶିକ୍ଷକ ଶରତଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।