ଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର : ୫ ଛାତ୍ରଛାତ୍ରୀ ଆହତ

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଲାସପୁର କାଳୀ ମନ୍ଦିର ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଅଟୋକୁ ଧକ୍କା ଦେବାରୁ ୫ ଛାତ୍ରଛାତ୍ରୀ ଆହତ ହୋଇଥିବାର ଖବର ମିଳିଛି। ସୂଚନା ଏହା ଯେ ପାଟପୁରରୁ ଅଟୋଟି ଛଣମେରୀ ଆଦର୍ଶ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଧରି ଯାଉଥିବା ବେଳେ ବିପରୀତ ଦିଗରୁ ଇଟା ବୋଝେଇ ଟ୍ରାକ୍ଟର ଟି ଧକ୍କା ଦେଇଥିଲା। ୫ ଗୁରୁତର ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଭାବେ ଆହତ ହୋଇଥିବା ଯୋଗୁଁ ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ(ଏମକେସିଜି)କୁ ସ୍ଥାନାନ୍ତରିତ କରାଯାଇଛି।ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ad-week
Leave A Reply

Your email address will not be published.