ହାତୀ ଶିକାର କରି ଦାନ୍ତ କାଟିନେଲେ ଦୁର୍ବୃତ୍ତ…

add-all

ମୟୂରଭଞ୍ଜ: ସପ୍ତାହ ନ ପୁରୁଣୁ ପୁଣି ଏକ ମୃତ ହାତୀକୁ ଠାବ କରାଯାଇଛି ମୟୁରଭଞ୍ଜ ରେଞ୍ଜରେ । ଦୁର୍ବୃତ୍ତ ହାତୀର ଦାନ୍ତ କାଟିନେଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ପିଠାବଟା ରେଞ୍ଜ ଗୋପୀନାଥପୁର ବିଟ୍‌ ଅଞ୍ଚଳର ଘଟଣା ।

ଶିମିଳିପାଳରେ ପୁଣି ହାତୀକୁ ଶିକାର କରି ଦାନ୍ତ କାଟିନେଲେ ଦୁର୍ବୃତ୍ତ। ପିଠାବଟା ରେଞ୍ଜ ଗୋପୀନାଥପୁର ବିଟ୍ ଅଞ୍ଚଳରେ ଘଟିଛି ଘଟଣା। ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତଦନ୍ତ ଜାରି। ତିନି ଚାରି ଦିନ ପୂର୍ବରୁ ହାତୀକୁ ଶିକାର କରି ଦାନ୍ତ କଟିନେଇଥିବା କହିଛନ୍ତି ଶିମିଳିପାଳ ଉପ ନିର୍ଦ୍ଦେଶକ। ହାତୀଟିର ବୟସ 7 ରୁ 8 ବର୍ଷ ମଧ୍ୟରେ ହୋଇଥିବା ସୂଚନା।

ହାତୀଟିକୁ ହତ୍ୟା କରିବା ପରେ ଶୁଣ୍ଡ କାଟି ଦାନ୍ତ ଉପାଡି ନେଇଛନ୍ତି ଶିକାରୀ।ଶିମିଳିପାଳ ରେ ଅରୁନାଚଳ ପ୍ରଦେଶର ଏକ ରାକେଟ ସକ୍ରିୟ ଥିବା ଶିମିଳିପାଳ କତ୍ତୃପକ୍ଷ ସୂଚନା ପାଇଥିବା ବେଳେ ଶିଘ୍ରହିଁ ଏହି ରାକେଟ୍କୁ ଧରିବାକୁ ସକ୍ଷମ ହେବ ଶିମିଳିପାଳ କତ୍ତୃପକ୍ଷ ବୋଲି କହିଛନ୍ତି ଶିମିଳିପାଳ ଉତ୍ତର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା। ଶିମିଳିପାଳ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.