ପୋକସୋ ଆଇନ ସଚେତନତା କାର୍ଯ୍ୟକ୍ରମ

add-all

ଫୁଲବାଣୀ : ଆଜି ଫୁଲବାଣୀ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଫୁଲବାଣୀ ସତ୍ୟ ସାଇ ବିଦ୍ୟାଳୟ ଠାରେ ପୋକସୋ ଆଇନ ଓ ତାହାର ‌ନିରାକରଣ ବିଷୟରେ ବକ୍ତାମାନେ ପିଲା ମାନଙ୍କୁ ବୁଝାଇ ଥିଲେ ଉକ୍ତ କାର୍ଯ୍ୟକ୍ରମର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ‌ଅନୁଶିଳା ରୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ୟତମ ଅତିଥି ଭାବେ ବାର୍ ଆସୋସିଏସନର ସଭାପତି ବିଜୟ କୁମାର ମହାନ୍ତି ଅନ୍ୟତମ ଅତିଥି ଆଡଭୋକେଟ୍ ଜୟନ୍ତୀ ପାଣିଗ୍ରାହୀ ଯୋଗ ଦେଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୂଶୟା ଆଚାର୍ଯ୍ୟ ସଭା ରେ ନିଜର ମତ ପୋଷଣ କରିଥିଲେଏବଂ ସମସ୍ତ ‌, ଶିକ୍ଷକଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ‌ଅନୁଶିଳା ରୟ ପିଲା ମାନଙ୍କୁ ଆଇନ ‌କାନୁନ‌ ସମ୍ବନ୍ଧିତ ଏକ ସାର ଗର୍ଭକ ଆଲୋଚନା ‌କରି ପିଲା ମାନଙ୍କ ମନ‌ କିଣି ନେଇଥିବାର ପ୍ରତୀୟମାନ ଅନୂଭୂତ ହେଲା ସଭାଟିକୁ ଅଶୋକ ପ୍ରଧାନ ‌ପିଏଲ୍ ଭି ପରିଚାଳନା କରିଥିଲେ ଆଇନ ସେବା ପ୍ରାଧିକରଣର କର୍ମଚାରୀ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.