ଢେଙ୍କାନାଳ ମହାବିରୋଡ଼ ବ୍ୟାଙ୍କ ଲୁଟ ଘଟଣା: ୬ କେଜି ସୁନା ସହ ୯ ଡକାୟତ ଗିରଫ…

add-all

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତ ୩ ତାରିଖ ଦିନ ଦ୍ବିପହରରେ ଗୁଳି ଫୁଟାଇ ଟଙ୍କା ଓ ସୁନା ବାକ୍ସ ଲୁଟିବା ଘଟଣାରେ ଆଜି ଡକାୟତଙ୍କୁ ଗିରଫ କରିଛି ପୋଲିସ। ଆଜି ଏସପିଙ୍କ କାର୍ଯ୍ୟାଳୟରେ ଉତ୍ତର କେନ୍ଦ୍ରାଞ୍ଚଳ ଡି.ଆଇଜି ସାମ୍ବାଦିକ ସମ୍ମାଳନୀ ମଧ୍ୟମରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ମହାବିରୋଡସ୍ଥିତ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଜଣେ ମହିଳା ସମେତ ନଅ ଜଣ ଡକାୟତ ଗିରଫ ହେବା ସହ ସେମାନଙ୍କ ନିକଟରୁ ୬ କେଜି ୧୨୦ ଗ୍ରାମ ସୁନା (ଯାହାର ଅନୁମାନିକ ମୂଲ୍ୟ ସାଢେ ୩ କୋଟି ଟଙ୍କା ହେବ) ଓ ଚୋରି ହୋଇଥିବା ୬ଲକ୍ଷ ଟଙ୍କାରୁ ୪ ଲକ୍ଷ ୩୨ ହଜାର ଟଙ୍କା, ୩ଟି ପିସ୍ତଲ, ୧୧ ରାଉଣ୍ଡ ଅଫୁଟା ଗୁଳି, ୩ଟି ଭୁଜାଲି, ୨୬ଟି ମୋବାଇଲ ଫୋନ, ୬ଟି ମଟର ସାଇକେଲ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରାଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

ad-week
Leave A Reply

Your email address will not be published.