୩୫ ଡିଗ୍ରି ଡେଇଁଲା ଭୁବନେଶ୍ବରର ତାପମାତ୍ରା

add-all

ଭୁବନେଶ୍ବର : ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରି ଡେଇଁଲା। ପ୍ରଥମ ଥର ଲାଗି ଚଳିତବର୍ଷ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଏଠାରେ ୩୫.୪ ଡିଗ୍ରି ରେକର୍ଡ କରାଯାଇଛି। ନୟାଗଡ଼ ତାପମାତ୍ରା ବି ୩୫ ଡିଗ୍ରି ଛୁଇଁଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦାରିଙ୍ଗବାଡ଼ି ଓ ଗୋପାଳପୁର ବ୍ୟତୀତ ରାଜ୍ୟର ସମସ୍ତ ସହରରେ ଆଜି ଦିନର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ଆଗାମୀ ୫ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିବ। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୩ରୁ ୩୬ ଡିଗ୍ରି ମଧ୍ୟରେ ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ବାସ କହିଛନ୍ତି ଯେ ଆସନ୍ତା ୫ ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଭୁବନେଶ୍ବର ସମେତ କେତେକ ସହରର ଦିନର ତାପମାତ୍ରା ୩୪ ଡିଗ୍ରି ଉପରକୁ ଚାଲିଯିବାର ସମ୍ଭାବନା ରହିଛି। ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର କୁହୁଡ଼ି ହେବ। ଗତ ୨୪ଘଣ୍ଟାରେ ପାଗ ଶୁଖିଲା ରହିଥିଲା ଏବଂ ସର୍ବୋଚ୍ଚ ତାପମାତ୍ରା ଅଳ୍ପ ବୃଦ୍ଧି ପାଇଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୫ଡିଗ୍ରି ରେକର୍ଡ ହୋଇଛି।

ad-week
Leave A Reply

Your email address will not be published.