ଧ୍ବଂସସ୍ତୂପ ଭିତରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତରୁ ଯାଇଛନ୍ତି ଏହି ଦୁଇ ଦେବଦୂତ, ବଞ୍ଚାଉଛନ୍ତି ଅନେକ ଲୋକଙ୍କ ଜୀବନ

ଇସ୍ତାନବୁଲ: ତୁର୍କୀ ଓ ସିରିୟାରେ ହୋଇଥିବା ଭୂକମ୍ପରେ ଏଯାବତ ୨୧ହଜାର ପାଖାପାଖି ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଭୂକମ୍ପ ପରେ ସେଠାକାର ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ହଜାର ହଜାର ଘର ମାଟିରେ ମିଶିଯାଇଥିବା ବେଳେ ପ୍ରକୃତିର ଏଭଳି ଧ୍ବଂସଲୀଳା ଅକଳ୍ପନୀୟ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଆହତ ଓ ଧ୍ବଂସସ୍ତୂପ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ବିଶ୍ବ ଆଗେଇ ଆସିଛି।
ଏହି କ୍ରମରେ ଭାରତରୁ ଉଦ୍ଧାରକାରୀ ଦଳ, ମେଡିକାଲ ସୁବିଧା ଓ କିଛି ଖାଦ୍ୟ ସମାଗ୍ରୀ ସହିତ ଏନଡିଆରଏଫ ଟିମଙ୍କୁ ପଠା ଯାଇଛି। ଏନଡିଆରଏଫ ଟିମ ସହିତ ଦୁଇ ଅନୁସନ୍ଧାନକାରୀ କୁକୁରଙ୍କୁ ପଠାଯାଇଛି। ଏହି ଦୁଇ କୁକୁରଙ୍କ ନାମ ହେଉଛି ଜୁଲି ଓ ରୋମିୟୋ।
ଜୁଲି ଓ ରୋମିୟୋ ଭୂମିକମ୍ପ ପରେ ଧ୍ବଂସସ୍ତୂପ ତଳୁ ଅନେକ ଲୋକଙ୍କୁ ଉଦ୍ଧାର କରିବାରେ ଖୁବ ସାହାଯ୍ୟ କରୁଛନ୍ତି। ନିକଟରେ ଜୁଲି ଧ୍ବଂସସ୍ତୂପ ତଳୁ ଜଣେ ୬ବର୍ଷର ଶିଶୁଙ୍କୁ ସଫଳତା ଭାବେ ଉଦ୍ଧାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା। ଏଇ ଦୁଇ କୁକୁରଙ୍କୁ ଧ୍ବଂସସ୍ତୂପ ଭିତରେ ଫସି ରହିଥିବା ଲୋକଙ୍କୁ ବଞ୍ଚାଇ ପାଇଁ ଦେବଦୂତ ହୋଇ ଆସିଥିବା କୁହାଯାଉଛି।
ଅନ୍ୟପକ୍ଷରେ ଭୂକମ୍ପଜନିତ ମହାବିପର୍ଯ୍ୟୟକୁ ସାମ୍ନା କରିଥିବା ସିରିୟାରେ ଜାତିସଂଘର ପ୍ରଥମ ସହାୟତା ପହଞ୍ଚିଛି। ଜାତିସଂଘର ରିଲିଫ୍ ଗାଡ଼ିମାଳା ତୁର୍କୀ ସୀମା ପାର ହୋଇ ଉତ୍ତରପଶ୍ଚିମ ସିରିଆରେ ପ୍ରବେଶ କରିଛି।
ଜାତିସଂଘ ମାନବିକ ବ୍ୟାପାର ସମନ୍ବୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଯେ ଆଶ୍ରୟ ସରଞ୍ଜାମ ଓ ଅଣଖାଦ୍ୟ ସାମଗ୍ରୀ ଧରି ଜାତିସଂଘର ୬ଟି ଟ୍ରକ୍ ତୁର୍କୀ-ସିରିଆ ମଧ୍ୟରେ ଥିବା ଏକମାତ୍ର ମାନବୀୟ ସାହାଯ୍ୟ କରିଡ଼ର ବାବ୍ ଅଲ୍ ହାୱା ଅତିକ୍ରମ କରିଛି।’

ad-week
Leave A Reply

Your email address will not be published.