ହିଣ୍ଡନବର୍ଗ ବିରୋଧରେ ମାମଲା ରୁଜ୍ଜୁ କରିବ ଆଦାନୀ ଗ୍ରୁପ୍, ଆମେରିକୀୟ ଲ’ ସଂସ୍ଥାକୁ ନିଯୁକ୍ତ କଲା…

add-all

ନୂଆଦିଲ୍ଲୀ : ଆମେରିକୀୟ ସର୍ଟ ସେଲିଂ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟ ଦ୍ବାରା ବ୍ୟାପକ କ୍ଷତିର ସମ୍ମୁଖୀନ ହେବା ପରେ ଆମେରିକାରେ ଆଇନଗତ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ । ଏଥିପାଇଁ ଆଦାନୀ ଗ୍ରୁପ ଆମେରିକାର ଏକ ଲିଗାଲ ଫାର୍ମକୁ ନିଯୁକ୍ତ କରିଛି ।
ବ୍ରିଟିଶ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନୀ ନ୍ୟୁୟର୍କର ୱାଚଟେଲ ଫାର୍ମକୁ ନିଯୁକ୍ତ କରିଛି । ଓ୍ବାଚଟଲର ବରିଷ୍ଠ ଓକିଲ ଲିପ୍ଟନ, ରୋଜେନ ଓ କାଜ୍ ଆଦାନୀ ପକ୍ଷରୁ ମାମଲା ଲଢିବେ ।
ସୂଚନାଯୋଗ୍ୟ, ଗତ ଜାନୁଆରି ୨୪ ତାରିଖରେ ହିଣ୍ଡେନବର୍ଗ କମ୍ପାନିର ରିପୋର୍ଟ ଆସିବା ପରଠାରୁ ଆଦାନି ଗ୍ରୁପ୍ ଅଧିନସ୍ଥ କମ୍ପାନିଗୁଡ଼ିକ ବ୍ୟାପକ କ୍ଷତି ସହିସାରିଲେଣି । ଏହା ପୂର୍ବରୁ ଗତ ସପ୍ତାହରେ ଆଦାନୀ ଗ୍ରୁପର ହିଣ୍ଡନବର୍ଗ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଧମକ ଦେଇଥିଲା । ଏହାର ଜବାବରେ ହିଣ୍ଡନବର୍ଗ ମଧ୍ୟ କହିଥିଲା ଯେ ସେମାନେ ଏଥିପାଇଁ ପ୍ରସ୍ତୁତ ।
ଗବେଷକ ସଂସ୍ଥା ଆଦାନୀ ଗ୍ରୁପ୍ ଉପରେ ହିସାବ ଠକେଇ ଏବଂ ଷ୍ଟକ୍ ହେରଫେର ସମେତ ଅନ୍ୟାନ୍ୟ ଅଭିଯୋଗ ଆଣିଥିଲା। ଅଦାନି ଗ୍ରୁପ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଗଣମାଧ୍ୟମ ମାଧ୍ୟମରେ ଦୁହିଁଙ୍କ ମଧ୍ୟରେ ବିବାଦ ବଢିଥିଲା ଏବଂ ଦୁହେଁ ନିଜ ଦାବି ଉପରେ ଅଟଳ ରହିଥିଲେ । ହିଣ୍ଡେନବର୍ଗ ଆଦାନୀ ଗ୍ରୁପକୁ ଆମେରିକାର ଏକ ଅଦାଲତରେ ଏକ ମାମଲା ଦାୟର କରିବାକୁ ଚ୍ୟାଲେଞ୍ଜ କରିଥିଲା, ଯାହାକୁ ଏବେ ଆଦାନୀ ଗ୍ରୁପ୍ ସ୍ୱୀକାର କରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ୱାଚଟେଲ ଫାର୍ମ ବହୁତ ପ୍ରସିଦ୍ଧ ଏବଂ ଏଭଳି ବିବାଦୀୟ ମାମଲାରେ ମାମଲା ଲଢ଼ିବାରେ ଏହାର ବହୁତ ନାମ ଓ ଅଭଜ୍ଞତା ରହିଛି ।

ad-week
Leave A Reply

Your email address will not be published.