ମାତ୍ର ୭୦ଜଣ ଅତିଥିଙ୍କ ଉପସ୍ଥିତିରେ ବିବାହ କଲେ ସ୍ମୃତି ଇରାନୀଙ୍କ ଝିଅ…

add-all

ଜୟପୁର : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଜୁବିନ ଇରାନୀଙ୍କ ଝିଅ ଶନେଲ ଇରାନୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ରାଜସ୍ଥାନର ନାଗୌରଠାରେ ଅବସ୍ଥିତ ଐତିହାସିକ ଖିମ୍ବସର୍‌ ଦୁର୍ଗରେ ସନେଲ୍‌ ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି । ଅର୍ଜୁନ ଓ ଶନେଲଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏହି ବିବାହ ସମାରୋହ ପାଇଁ ଖିମ୍ବସର ଦୁର୍ଗକୁ ଅତ୍ୟନ୍ତ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା। ଆଜି ବିବାହ ଉତ୍ସବରେ ସ୍ମୃତି, ଭଲ୍ଲା ପରିବାର ସଦସ୍ୟଙ୍କ ସହ ନାଚିଥିଲେ ଏବଂ ଶଙ୍ଖ ବଜାଇଥିଲେ।
ସବୁଠାରୁ ବଡ଼ କଥା ହେଲା ଏହି ବିବାହରେ କୌଣସି ଭିଆଇପି ଯୋଗ ଦେଇନଥିଲେ। ସ୍ମୃତି ଓ ଭଲ୍ଲା ପରିବାର ସଦସ୍ୟଙ୍କୁ ମିଶାଇ ମାତ୍ର ୭୦ଜଣ ଅତିଥି ବିବାହରେ ଯୋଗ ଦେଇଥିଲେ। ଖିମ୍ବସର ଦୁର୍ଗରେ ଶନେଲ ଏବଂ ଅର୍ଜୁନ ଭଲ୍ଲାଙ୍କ ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ କରାଯାଇଥିଲା। ସମସ୍ତଙ୍କୁ ଦୁର୍ଗ ଭିତରେ ଫୋନ ବ୍ୟବହାର କରିବାକୁ ବାରଣ କରାଯାଇଥିଲା। ଅତିଥିମାନେ ଫୋନ ବିନା ବିବାହ ମଣ୍ଡପକୁ ପ୍ରବେଶ କରିଥିଲେ। ବିବାହ ସମୟରେ ମଧ୍ୟ ଉଚ୍ଚ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପୂର୍ବରୁ କୁହାଯାଉଥିଲା ଯେ ଇରାନୀ ଓ ଭଲ୍ଲା ପରିବାରର ପ୍ରାୟ ୨୪୭ଜଣ ଲୋକ ବିବାହରେ ଯୋଗ ଦେବେ। ହେଲେ ବିବାହ ଦିନ କମ ଅତିଥି ବିବାହରେ ସାମିଲ ହୋଇଥ‌ିଲେ।
ଶନେଲ ପେସାରେ ଜଣେ ଆଇନଜୀବୀ ହୋଇଥିବା ବେଳେ ଅର୍ଜୁନ ଲଣ୍ଡନରୁ ଏମବିଏ କରିଛନ୍ତି। ତେବେ ତାଙ୍କ ପେସା ସମ୍ପର୍କିତ ତଥ୍ୟ ଏବେ ସାମ୍ନାକୁ ଆସିନାହିଁ। ଡିସେମ୍ବର, ୨୦୨୧ରେ ଦୁହିଁଙ୍କର ସୁନ୍ଦର ଫଟୋ ଇନଷ୍ଟାରେ ସେୟାର କରି ଝିଅ ନିର୍ବନ୍ଧ କରିଥିବା ଜଣାଇଥିଲେ ସ୍ମୃତି। ଫଟୋରେ ଅର୍ଜୁନ ଆଣ୍ଠୁମାଡ଼ି ବସିବା ସହ ଶନେଲେଙ୍କୁ ‘ପ୍ରପୋଜ୍‌’ କରୁଥିବା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.