ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସ୍ୱୀକୃତି ପ୍ରସଙ୍ଗ; ୟୁଜିସିକୁ ଉଚ୍ଚଶିକ୍ଷାର ଚିଠି…

add-all

ଭୁବନେଶ୍ୱର: ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ୍ ବିଶ୍ୱବିଦ୍ୟାଳୟର ସ୍ୱୀକୃତି ଅନୁମୋଦନ କରିବା ସହ ୟୁଜିସି ୱେବସାଇଟ୍‌ରେ ତାଲିକାଭୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ୟୁଜିସିକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ଚିଠିରେ ଶ୍ରୀ ସେଠୀ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ର ଅଣ୍ଡର ସେକ୍ସନ ୩୨ ଅନୁସାରେ ରାଜ୍ୟ ସରକାର ୨୦୨୧ ଅଗଷ୍ଟ ୧ରେ ନୂତନ ରାଜ୍ୟ ପବ୍ଲିକ ୟୁନିଭର୍ସିଟି ଭାବେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ।

ଯାହା ପୂର୍ବରୁ ଖଲ୍ଲିକୋଟ ସ୍ୱୟଂଶାସିତ କଲେଜ ଭାବେ କାର୍ଯ୍ୟକରୁଥିଲା । ତେବେ ରାଜ୍ୟର ଅନେକ ବିଶ୍ୱବିଦ୍ୟାଳକୁ ଅଣ୍ଡର ସେକ୍ସନ ୨(ଏଫ୍‌)ଅଫ୍ ଦ ୟୁଜିସି ଆକ୍ଟ ୧୯୫୬ ଅନୁଯାୟୀ ଯେପରି ଅନୁମୋଦନ ପ୍ରଦାନ କରାଯାଇଛି ସେହିପରି ଖଲ୍ଲିକୋଟ୍ ବିଶ୍ୱବିଦ୍ୟାଳୟର ସ୍ୱୀକୃତି ଅନୁମୋଦନ କରିବା ସହ ୟୁଜିସିର ୱେବସାଇଟ୍‌ରେ ସ୍ଥାନ ଦେବାକୁ ଶ୍ରୀ ସେଠୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।

ad-week
Leave A Reply

Your email address will not be published.