ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ାରେ ବାଳକ ହକି ଦଳକୁ ରୌପ୍ୟ ଖେଳ…

add-all

ବ୍ରହ୍ମପୁର : ମଧ୍ୟପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ାରେ ଶୁକ୍ରବାର ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ବାଳକ ହକିରେ ଓଡ଼ିଶା ଫାଇନାଲ୍‌ରେ ଆୟୋଜକ ମଧ୍ୟପ୍ରଦେଶଠୁ ହାରି ରୌପ୍ୟ ପଦକ ପାଇଛି।


ସେହିପରି ଭାରୋତ୍ତୋଳନରୁ ଓଡ଼ିଶାକୁ ଦିନର ଦ୍ବିତୀୟ ପଦକ ମିଳିଛି। ୮୧ କେଜିରୁ ଉର୍ଦ୍ଧ୍ବ ଓଜନ ବର୍ଗରେ କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ କଦୁଲୁରି ଅଭିଶିକ୍ତା ୧୬୫ କେଜି (ସ୍ନାଚ ୭୨ କେଜି, କ୍ଲିନ୍‌ ଓ ଜର୍କ ୯୩ କେଜି) ଭାର ଉଠାଇ କାଂସ୍ୟ ପଦକ ଜିତିଛନ୍ତି। ଅଭିଶିକ୍ତା ବର୍ତ୍ତମାନ ସ୍ପୋର୍ଟ୍ସ କୋଟାରେ କିଟ୍‌ ବିଶ୍ବବିଦ୍ୟାଳୟରେ ସମାଜବିଜ୍ଞାନରେ ସ୍ନାତକ କରୁଛନ୍ତି। ଅଭିଶିକ୍ତାଙ୍କ ଏହି ସଫଳତା ପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.