ଆଲିଙ୍ଗନ ବେଳେ ଗାଈ ଯଦି ସିଙ୍ଗରେ ଭୁଶି ଦେଲା, ପ୍ରଶ୍ନ କଲେ ମମତା…

add-all

କୋଲକାତା : ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୨୦୨୪ରେ କେନ୍ଦ୍ରରୁ ବିଜେପିକୁ ହଟାଇବାକୁ ସେ ଆହ୍ୱାନ ଦେଇଛନ୍ତି। ୨୦୨୪ରେ କେନ୍ଦ୍ରରେ ବିଜେପି ସରକାରକୁ ହଟାଇ ଲୋକଙ୍କ ଶାସନ ଅବସ୍ଥାପିତ କରିବାକୁ ସେ ଆହ୍ୱାନ କରିଛନ୍ତି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗରେ ମମତା ସରକାର ସୁବଠାରୁ ଦୁର୍ନୀତିଗ୍ରସ୍ତ କହିଥିଲେ । ଜେପି ନଡ୍ଡାଙ୍କୁ ଜବାବ ଦେଇ ବିଜେପି ଶାସନ ଗୁଣ୍ଡାଗର୍ଦ୍ଦି ଓ ଅରାଜକ ଶାସନ ବୋଲି କହିଛନ୍ତି । ସେହପରି ଭାଲେଣ୍ଟାଇନ ଡେକୁ ଗାଈ ଆଲିଙ୍ଗନ ଦିବସ ପାଳନ ପାଇଁ କେନ୍ଦ୍ର ନିବେଦନ କରିବା ପରେ ପ୍ରତ୍ୟାହାର କରିବା ନେଇ ମମତା କଟାକ୍ଷ କରିଛନ୍ତି ।
ସେ କହିଛନ୍ତି ଯଦି ଆଲିଙ୍ଗନ ବେଳେ ଗାଈ ସିଙ୍ଗରେ ଭୁଶିଦେଲା, ତେବେ କଣ ହେବ। ବିଜେପି କଣ କ୍ଷତିପୂରଣ ଦେବକି ବୋଲି ସେ ବାଣ ମାରିଛନ୍ତି। ସୂଚନା ଅନୁଯାୟୀ, ଭାଲେଣ୍ଟାଇନ୍ ବଦଳରେ ‘କାଓ ହଗ୍ ଡେ’ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର ସରକାର। ହେଲେ ଏହାକୁ ନେଇ ନାନା ସମାଲୋଚନା ହେବା ପରେ ନିଷ୍ପତ୍ତି ବଦଳାଇଛି କେନ୍ଦ୍ର ସରକାରଙ୍କର ଭାରତୀୟ ପ୍ରାଣୀ କଲ୍ୟାଣ ବୋର୍ଡ। କୌଣସି କାଓ ହଗ୍‌ ଡେ ପାଳନ କରାଯିବ ନାହିଁ। କେବଳ ଫେବ୍ରୁଆରୀ ୧୪ ନୁହେଁ ଲୋକେ ଚାହିଁଲେ ଗୋମାତାକୁ ଶ୍ରର୍ଦ୍ଧାପୂର୍ବକ ଆଲିଙ୍ଗନ କରିପାରିବେ ବୋଲି ବୋର୍ଡ କହିଛି। ଏନେଇ ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ ପୁଣି ଏକ ନିର୍ଦ୍ଦେଶନାମା ଜାରି ହୋଇଛି।
ଏଥିରେ କୁହାଯାଇଛି ଯେ, ଭାରତ ସରକାରଙ୍କର ମତ୍ସ୍ୟ, ଗୋ ସମ୍ପଦ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ, ଭାରତୀୟ ପ୍ରାଣୀ କଲ୍ୟାଣ ବୋର୍ଡ ୨୦୨୩ ଫେବ୍ରୁଆରୀ ୧୪ କୁ ‘କାଓ ହଗ୍ ଡେ’ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ଏବେ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରା ବୋର୍ଡ ଏହି ଘୋଷଣାନାମାକୁ ପ୍ରତ୍ୟାହାର କରୁନେଉଛି। ଫେବ୍ରୁଆରୀ ୮ ତାରିଖରେ ‘କାଓ ହଗ୍ ଡେ’ ପାଳନ କରିବାକୁ ଅନୁରୋଧ କରିଥିଲା ଭାରତୀୟ ପ୍ରାଣୀ କଲ୍ୟାଣ ବୋର୍ଡ।

ad-week
Leave A Reply

Your email address will not be published.