ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଋଷଭ-ୟଶ, ଭାଇରାଲ ହେଲା ଫଟୋ

add-all

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେଙ୍ଗାଲୁରୁରେ ଭେଟିଲେ କନ୍ନଡ ତାରକା ଋଷବ ସେଟ୍ଟୀ, ୟଶ, ସୋସିଆଲ ମିଡିଆ ଇନଫ୍ଲୁଏନସର ‘ଆୟୋ’ ଶ୍ରଦ୍ଧା ଏବଂ ଚଳଚ୍ଚିତ୍ର ନିର୍ମାତା ଅଶ୍ୱିନୀ ପୁନିତ ରାଜକୁମାର। ପ୍ରଧାନମନ୍ତ୍ରୀ ଏରୋ ଇଣ୍ଡିଆ ୨୦୨୩ର ଉଦଘାଟନ କରିବାକୁ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ଉଦଘାଟନ ପୂର୍ବରୁ ସେ କାନ୍ତାରା ଷ୍ଟାର ଋଷବ ସେଟ୍ଟୀ, କେଜିଏଫ୍ ଷ୍ଟାର ୟଶ, ସୋସିଆଲ ମିଡିଆ ଇନଫ୍ଲୁଏନସର ‘ଆୟୋ’ ଶ୍ରଦ୍ଧା ଏବଂ କନ୍ନଡ ଚଳଚ୍ଚିତ୍ର ନିର୍ମାତା ଅଶ୍ୱିନୀ ପୁନିତ ରାଜକୁମାରଙ୍କୁ ଭେଟିଥିଲେ। ଏବେ ଏହି ସାକ୍ଷାତକାରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏହି ସବୁ କଳାକାର ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ମୋଦୀ ନୀଳ ନେହେରୁ ଜ୍ୟାକେଟ ସହିତ ଧଳା କୁର୍ତ୍ତା-ପାଇଜାମା ପିନ୍ଧିଥିବାର ନଜର ଆସିଥିବାବେଳେ ୟଶ ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଥିବାର ଦେଖାଯାଇଛି। ଅନ୍ୟପକ୍ଷରେ, ଋଷବ ସେଟ୍ଟୀ ଧଳା ରଙ୍ଗର ସାର୍ଟ ସହିତ ଧଳା ରଙ୍ଗର ଲୁଙ୍ଗି ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ସହ ଅଶ୍ୱିନୀ ଏକ ନୀଳ ରଙ୍ଗର ପୋଷାକ ପିନ୍ଧିଥିବାବେଳେ ସୋସିଆଲ ମିଡିଆ ଇନଫ୍ଲୁଏନସର ‘ଆୟୋ’ ଶ୍ରଦ୍ଧା ବାଇଗଣୀ ରଙ୍ଗର ଓଢ଼ଣୀ ସହିତ ନୀଳ ରଙ୍ଗର ସାଲୱାର-କମିଜ ପିନ୍ଧିଥିବାର ନଜର ଆସିଛନ୍ତି।

ad-week
Leave A Reply

Your email address will not be published.