ଯଦି ପ୍ରମାଣ ଅଛି କୋର୍ଟ ଯାଅ… ଆଦାନୀ ଗ୍ରୁପକୁ ନେଇ ମୁହଁ ଖୋଲିଲେ ଅମିତ ଶାହ

add-all

ନୂଆଦିଲ୍ଲୀ : ଗତ ୨୦ ଦିନ ହେବ ବିଶିଷ୍ଠ ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ ନେଇ ଖୁବ ହୋ ହଲ୍ଲା ଜାରି ରହିଛି। ଏହି ପ୍ରସଙ୍ଗକୁ ନେଇ ସଂସଦରୁ ଆରମ୍ଭ କରି ସଡ଼କ ଯାଏ ସରକାରକୁ ଘେରୁଛନ୍ତି ବିରୋଧୀ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭାରେ ଏହାକୁ ନେଇ ମୋଦି ସରକାରଙ୍କୁ ତୀକ୍ଷ୍ଣ ବାଣ ମାରିଥିଲେ। ଏବେ ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ସରକାର କିମ୍ବା ବିଜେପିର କିଛି ଲୁଚାଇବାକୁ କିମ୍ବା ଭୟ କରିବାକୁ କିଛି ନାହିଁ। ଏଥିରେ ସରକାରଙ୍କ କୌଣସି ସମ୍ପୃକ୍ତି ନାହିଁ। ବିରୋଧୀ କେବଳ ହଙ୍ଗାମା କରିବା ଜାଣନ୍ତି। ଯଦି ତାଙ୍କ ପାଖରେ ତଥ୍ୟର କୌଣସି ପ୍ରମାଣ ଅଛି, ତେବେ ସେ କୋର୍ଟକୁ ଯିବା ଉଚିତ୍ ବୋଲି ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଅମିତ ଶାହ କହିଛନ୍ତି। ଏଥିସହ ଏହି ମାମଲାରେ ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହା ଉପରେ ମନ୍ତବ୍ୟ ଦେବାକୁ ଶାହ ମନା କରିଛନ୍ତି।
ସୂଚନାଯୋଗ୍ୟ, ଆଦାନୀ ଗ୍ରୁପ ଜାଲିଆତି କରି ସେୟାର ମୂଲ୍ୟ ବୃଦ୍ଧି କରିଥିବା ନେଇ ଆମେରୀକିୟ ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରିବା ପରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ଅଧାରୁ ଅଧିକ ହ୍ରାସ ପାଇଲାଣି। ଏହାକୁ ନେଇ ବିରୋଧୀ ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଆଦାନୀଙ୍କ ସହ ବିଜେପର ବନ୍ଧୁତା ଥିବା କଂଗ୍ରେସ ଅଭିଯୋଗ କରୁଛି। ଏହି ମାମଲାର ବିରୋଧୀ ତଦନ୍ତ ଦାବି କରୁଛନ୍ତି।

ad-week
Leave A Reply

Your email address will not be published.