କାରରୁ ଓହ୍ଲାଇ ଅପରପାର୍ଶ୍ବକୁ ଆସୁଥିବା ବେଳେ ମହିଳାଙ୍କୁ ଜଙ୍ଗଲ ଭିତରକୁ ଘୋଷାରି ନେଲା ବାଘ

add-all

ନୂଆଦିଲ୍ଲୀ: ଜୀବଜନ୍ତୁଙ୍କ ଉପରେ ବାଘ ଆକ୍ରମଣ କରୁଥିବାର ଅନେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। କିନ୍ତୁ ମଣିଷ ଉପରେ ବାଘ ଆକ୍ରମଣ କରୁଥିବା ଦୃଶ୍ୟକୁ ‌କେବେ ଦେଖିବାକୁ ମିଳି ନଥିଲା। ଏମିତି ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଭିଡିଓରି ଏବେ ସୋସିଆଲ ମିଡିଆରେ ନିଆଁ ପରି ମାଡ଼ି ଯାଇଛି।
ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଦୁଇପାର୍ଶ୍ବରେ ଜଙ୍ଗଲ ରହିଛି। ଆଉ ଜଙ୍ଗଲ ମଝିରେ ଏକ ରାସ୍ତା ଯାଇଛି। ଏହି ରାସ୍ତାରେ ଗୋଟିଏ ଧଳା ଓ ଲାଲ ରଙ୍ଗର ଗାଡ଼ି ଛିଡ଼ା ହୋଇଥିବା ବେଳେ ପଛରୁ ଏକ କଳା ରଙ୍ଗର ଗାଡ଼ି ଆସୁଛି।
ଏତିକି ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଧଳା ରଙ୍ଗର ଗାଡ଼ିରୁ ଜଣେ ମହିଳା ବାହାରି ଗାଡ଼ିର ଆରପାର୍ଶ୍ବକୁ ଯାଉଥିବା ବେଳେ ହଠାତ ଏକ ବାଘ ତାଙ୍କ ଉପରକୁ ଆକ୍ରମଣ କରିଥିଲା। କେହି କିଛି ବୁଝିବା ପୂର୍ବରୁ ବାଘ ମହିଳାଙ୍କ ବେକକୁ ଧରି ଘୋଷାରିଘୋଷାରି ଜଙ୍ଗଲ ଭିତରକୁ ନେଇ ଯାଇଥିଲା।
ଏହି ଦୃଶ୍ୟ ଦେଖି ମହିଳାଙ୍କ ସହ ଯାତ୍ରା କରୁଥିବା ସହଯାତ୍ରୀମାନେ ବାଘ କବଳରୁ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ବାଘ ପଛେପଛେ ଜଙ୍ଗଲ ଭିତରକୁ ଧାଇଁ ଯାଇଥିଲେ। କିନ୍ତୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମହିଳା ଓ ତାଙ୍କ ସହ ଯାତ୍ରୀଙ୍କ ସହିତ କ’ଣ ଘଟିଲା ତାହା ସ୍ପଷ୍ଟ ହୋଇପାରି ନଥିଲା।

ad-week
Leave A Reply

Your email address will not be published.