ନିଃସଙ୍ଗ କର୍ମଚାରୀଙ୍କୁ ‘ଭାଲେଣ୍ଟାଇନ୍‌ସ୍‌ ଡେ’ ବୋନସ୍‌ ଦେଲେ ଫିଲିପ୍ପିନୀୟ ମେୟର୍‌…

add-all

ଜେନେରାଲ୍‌ ଲୁନା: ଫିଲିପ୍ପିନ୍‌ସ୍‌ର କ୍ବେଜନ୍‌ ପ୍ରଦେଶ ଅନ୍ତର୍ଗତ ଜେନେରାଲ୍‌ ଲୁନା ନଗରୀର ଜଣେ ଆଜୀବନ ଅବିବାହିତ ମେୟର୍‌ ଟାଉନ୍‌ ହଲ୍‌ରେ କାର୍ଯ୍ୟରତ ନିଃସଙ୍ଗ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ଦିନ ‘ଭାଲେଣ୍ଟାଇନ୍‌ସ୍‌ ଡେ’ ଅବସରରେ ବୋନସ୍‌ ଦେଇଛନ୍ତି।
୫ ବର୍ଷରୁ ଅଧିକ କାଳ ଧରି ନିଃସଙ୍ଗ ଥିବା କର୍ମଚାରୀମାନଙ୍କୁ ସେମାନଙ୍କ ଦୈନିକ ପାରିଶ୍ରମିକର ୩ଗୁଣା ଅର୍ଥ ଦେବେ ବୋଲି ମେୟର୍‌ ମ୍ୟାଟ୍‌ ଫ୍ଲୋରିଡୋ କହିଥିଲେ। ଅଧିକ ସମୟ କାମ କରିଥିବାରୁ କୃତଜ୍ଞତାଜ୍ଞାପନ ଏବଂ ‘କେହି ଜଣେ ସେମାନଙ୍କୁ ଶ୍ରଦ୍ଧାକରେ’ ବୋଲି ଦର୍ଶାଇବାକୁ ସେ ଏହି ବୋନସ୍‌ ଘୋଷଣା କରିଥିବା ଜଣାପଡ଼ିଛି।
ଜନ୍ମରୁ ନିଃସଙ୍ଗ ଥିବା ୪୨ ବର୍ଷିୟ ଫ୍ଲୋରିଡୋ କହିଛନ୍ତି, ଆଜି ସେମାନଙ୍କ ମନର ଅବସ୍ଥା କ’ଣ ଥିବ ମୁଁ ବୁଝି ପାରୁଛି। ‘ଭାଲେଣ୍ଟାଇନ୍ସ୍ ଡେ’ରେ ସେମାନଙ୍କୁ କେହି ଚକ୍‌ଲେଟ୍‌ କି, ଫୁଲ ଦେବେ ନହିଁ। ତେଣୁ, ଆମେ ସେମାନଙ୍କୁ ଏ ପ୍ରକାରର ଆର୍ଥିକ ସହାୟତା ଦେବାକୁ ଚିନ୍ତା କଲୁ। କେହି ଜଣେ ସେମାନଙ୍କ ଖବରଅନ୍ତର ବୁଝେ, କେହି ଜଣେ ସେମାନଙ୍କୁ ଶ୍ରଦ୍ଧା କରେ ବୋଲି ଅନ୍ତତଃ ସେମାନଙ୍କର ମନେହେବ ତ।

ସୂଚନାଯୋଗ୍ୟ, ଟାଉନ୍‌ ହଲ୍‌ରେ କାମ କରୁଥିବା ନିଃସଙ୍ଗମାନଙ୍କୁ ବୋନସ୍‌ ବଣ୍ଟନ କରିବାରେ ଏହା ହେଉଛି ଫ୍ଲୋରିଡୋଙ୍କର ତୃତୀୟ ବର୍ଷ। ଟାଉନ୍‌ହଲ୍‌ରେ କାର୍ଯ୍ୟରତ ୨୮୯ କର୍ମଚାରୀଙ୍କ ମଧ୍ୟରୁ ଏଥର ୩୭ଜଣ ବୋନସ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୋନସ୍‌ ପାଇଁ ମନୋନୀତ ହୋଇଥିବା ବରିଷ୍ଠ ବ୍ୟକ୍ତିଙ୍କର ବୟସ ହେଉଛି ୬୪ ବର୍ଷ।

ବ୍ୟକ୍ତିଗତ ଅର୍ଥରୁ ବୋନସ୍‌ ବାବଦକୁ ୨୮,୦୦୦ ପେସା ବା ୫୧୧ ଆମେରିକୀୟ ଡଲାର୍‌ ଦେବେ ବୋଲି ଫ୍ଲୋରିଡୋ କହିଛନ୍ତି।

ad-week
Leave A Reply

Your email address will not be published.