ମିଗୁନପଦରରେ ୯୯ ବାଟାଲିୟନ ଦ୍ଵାରା ନୂତନ ବିଏସଏଫ କ୍ୟାମ୍ପ ର ପ୍ରତିଷ୍ଠା…

add-all

ଫିରିଙ୍ଗିଆ – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ସିମରବନ୍ଧ ପଞ୍ଚାୟତ ମିଗୁନୁପଦର ଗ୍ରାମରେ ନୂତନ ଭାବେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। କ୍ୟାମ୍ପ ଉଦଘାଟନ ସମୟରେ ଶ୍ରୀ ସମ୍ଭୁ ବୈଦ୍ୟ(ଅତିରିକ୍ତ କମାଣ୍ଡାଣ୍ଟ), ଶ୍ରୀ ସୁଭେନ୍ଦୁ ପାତ୍ର ଆଇପିଏସ ଅଫିସର (ଆରକ୍ଷୀ ଅଧିକ୍ଷକ କନ୍ଧମାଳ), ଶ୍ରୀ ରୋହିତ୍ ବର୍ମା ଏସ୍ ଡିପିଓ , ବାଲିଗୁଡ଼ା), ଶ୍ରୀ ସଞ୍ଜିବ କୁମାର (କମାଡାଣ୍ଟ), ଶ୍ରୀ ସୁଖଦେବ ସିଂ ଗିଲ୍ (ଡେପୁଟି କମାଡାଣ୍ଟ ) ଆଦି ଉପସ୍ଥିତ ଥିଲେ। ନୂତନ ଭାବେ ଗଠିତ ହେଇଥିବା ଏହି କ୍ୟାମ୍ପରେ କମାଣ୍ଡାଣ୍ଟ ଅଫିସର ଶ୍ରୀ ସଞ୍ଜିବ କୁମାର ଜାତୀୟ ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ। ପତାକା ଉତ୍ତୋଳନ ପରେ ସେହି ଗ୍ରାମ ତଥା ଆଖପାଖ ଗ୍ରାମଗୁଡିକରେ (ସମେରବନ୍ଧ, ବାଇଦି ପଦର, ଡିଗିରି ଗୁଡ଼ା, ଡମନସା ପଦର ଏବଂ ମିଗୁନ ପଦର) ଗ୍ରାମବାସୀମାନଙ୍କୁ (ଯେଉଁଥିରେ ୧୦୫ ଜଣ ପୁରୁଷ, ୯୦ ଜଣ ସ୍ତ୍ରୀ ଲୋକ, ୫୫ ଛୋଟ ଛୁଆ) କିଛି କମ୍ବଳ, ମଶାରୀ, ଖେଳ ସାମଗ୍ରୀ, ଢୋଲ, କ୍ଷୀର ଆଉ ଫଳରସ ବଣ୍ଟା ଯାଇଥିଲା। ରାଜ୍ୟ ସରକାର ଙ୍କ ଏହି ପଦକ୍ଷେପ ଦ୍ବାରା ଏହି ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେଲେ ଏହି ମାଓ ପ୍ରବଣ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଶାନ୍ତି ମୈତ୍ରୀ ପ୍ରତିଷ୍ଠା ହେଇପାରିବ ଏବଂ ସାଧାରଣ ଲୋକେ ନିର୍ଭୟ ଭାବେ ନିଜର ଜୀବନ ଅତିବାହିତ କରି ପାରିବେ ବୋଲି କମାଡାଣ୍ଟ ମୁଖ୍ୟ ଶ୍ରୀ ସଞ୍ଜିବ କୁମାର ମତବ୍ୟକ୍ତ କରିଛନ୍ତି। ତା ସହ ନୂତନ ଭାବେ ଅବସ୍ଥାପିତ ହେଇଥିବା ବିଏସଏଫ ଯବାନ ସେଠାରେ ଗ୍ରାମବାସୀ ମାନଙ୍କ ସହ ଶାନ୍ତି ମୈତ୍ରୀ ଏକତା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ବିଭାଗ ମୁଖ୍ୟ ମତ ବ୍ୟକ୍ତ କରିଛନ୍ତି।
ବର୍ତମାନ ନୂତନ ଭାବରେ ନିର୍ମିତ ଏହି କ୍ୟାମ୍ପରେ ନେଟୱର୍କ, ରାସ୍ତା ଘାଟ ତଥା ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଚାଲୁ ରହିଛି।

ad-week
Leave A Reply

Your email address will not be published.