ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ଵରେ ଏକ ରାଲି ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ପ୍ରକାଶ ଥାଉ କି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିରୋଧୀ ପ୍ରସଙ୍ଗରେ ବିଜେପି ଏହି ସରକାରଙ୍କୁ ଜୋରଦାର ଘେରୁଛି। ପୂରା ରାଜ୍ୟରେ ସରକାରଙ୍କୁ ବିରୋଧରେ ଦଳ ରାଜ୍ୟ ଆନ୍ଦୋଳନ କରୁଛି। ଏହି କ୍ରମରେ
ବୁଧବାର କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି।ଦଳଅଭିଯୋଗ କରିଛି ଯେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଏକ ଷଡଯନ୍ତ୍ର।ମୁଖ୍ୟମନ୍ତ୍ରୀ ଗୃହ ବିଭାଗରୁ ଇସ୍ତଫା ଦାବି କରିବା ସହ ସିବିଆଇ ତଦନ୍ତ ଦାବି କରିଛି କନ୍ଧମାଳ ଜିଲ୍ଲା ବିଜେପି । ଏହା ଛଡ଼ା ପୁଲିସ ଏଏସଆଇ ଗୋପାଳ ଦାସଙ୍କ ଗୁଳିରେ ମନ୍ତ୍ରୀ ନବ ଦାସ ମେଡ଼ିକାଲ ଯିବା ପୂର୍ବରୁ ମୃତ୍ୟୁ ହୋଇଥବା ବିଜେପି କହିବା ସହ ତାଙ୍କର ଅପରେସନ କେଉଁ ଡାକ୍ତର ଓ କେଉଁ ପରିସ୍ଥିତିରେ କଲେ ବୋଲି ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି । ଆଜି କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରାରେ ମାଦିକୁନ୍ଦା ଛକ ଠାରୁ ବାହାରି
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଦଳ । ପରେ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଚିତ୍ର କୁ ମଧ୍ଯ ଦାହ କରାଯାଇଥିବାର ଦେଖିବାକୁ ମିଳିଥିଲା l ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ, ଆଇନଜୀବୀ ଭଗବାନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି,ଲିଙ୍ଗରାଜ ଦଳବେହେରା,ମାନ ଗୋବିନ୍ଦ ପ୍ରଧାନ, ରଘୁପତି କହଁର, ଗୋଲୋକ କହଁର,
ପରେଶ ମହାପାତ୍ର, ରାମ ବିଶି ଦିଗାଲ, ଅନନ୍ତ ଦିଗାଲ ଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.