କମଳା ପ୍ରକାଶିନୀ ଲୋକାର୍ପଣ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ନୂଆକରି କମଳା ପ୍ରକାଶିନୀ ର ଲୋକାର୍ପଣ ହୋଇଯାଇଛି l ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନର ସମ୍ପାଦକ, ଜଣାଶୁଣା ସାହିତ୍ୟିକ ଓ ସମାଜସେବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଅନୁଷ୍ଠାନର ଲକ୍ଷ୍ୟ ବିଷୟରେ ଅବଗତ କରାଇଥିଲେ l ସାହିତ୍ୟର ପ୍ରଚାର, ପ୍ରସାର, ସମାଜସେବା, ବୃକ୍ଷ ରୋପଣ, ରକ୍ତଦାନ୍ନ, ପ୍ରତିଭା ସମ୍ନାନ ଆଦି ବିଭିନ୍ନ ଦିଗରେ କାର୍ଯ୍ୟକ୍ରମ କରିବ ବୋଲି ଅବଗତ କରାଇଥିଲେ l ପ୍ରକାଶନୀର ପ୍ରତିଷ୍ଠାତା ସଭାପତି ନିଜ ମାଆ କମଳା ମହାପାତ୍ର ଥିଲା ବେଳେ ରାମକୃଷ୍ଣ ବେହେରା କାର୍ଯ୍ୟକାରୀ ସଭାପତି, ବରଷ୍ଠ ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ଉପ ସଭାପତି, ଜୟଲଷ୍ମୀ ମହାପାତ୍ର କୋଷାଧ୍ୟକ୍ଷ, ମନୋଜ କୁମାର ଖାଡ଼ଙ୍ଗା ସହ ସମ୍ପାଦକ ମନୋନୀତ ହୋଇଛନ୍ତି l ସର୍ବଶ୍ରୀ ରବୀନ୍ଦ୍ରନାଥ ମିଶ୍ର, ଅରୂପାନନ୍ଦ ନାୟକ, ପ୍ରସନ୍ନ କୁମାର ପଣ୍ଡା, ସୁନୀତି ଆଚରି, ଜ୍ୟୋତିର୍ମୟୀ କହଁର, ଡ଼ଃ ଚିତ୍ତରଞ୍ଜନ ମିଶ୍ର, ପୁର୍ନେନ୍ଦୁ ତ୍ରିପାଠୀ, କୁମାର କୁନ୍ଦନ ସିଂ, ସନ୍ତୋଷ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି l ଡ଼ଃ ମହାପାତ୍ରଙ୍କ ଏହି ସାଧୁ ଉଦ୍ୟମ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ l

ad-week
Leave A Reply

Your email address will not be published.