
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତ ସରୁଗୁଡା ଗ୍ରାମରେ ମାଁ କାଲୀ କ୍ରିକେଟ ଟୁର୍ନାମେଣ୍ଟ ବିଗତ ୭ ତାରିଖରେ ଆରମ୍ବ ହୋଇ ଆଜି ତଥା ୧୫ ତାରିଖ ରେ ସମାପ୍ତ ହୋଇଛି l ଏହି ପ୍ରତିଯୋଗିତାରେ ସମୁଦାୟ ୧୬ଟି ଦଳ ଯୋଗଦାନ କରିଥିଲେ ସେଥିରୁ ଦୁଇଟି ଦଳ ଫାଇନାଲରେ ପ୍ରବେଶ କରିଥିଲେ ସେହି ଦୁଇଟି ଦଳ ହେଲେ ଚିକିଳି ଏବଂ ସୁଦନ ଷ୍ଟାର ଲେଭେନ l ଏହି ଦୁଇଟି ଦଳ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ସମସ୍ତ ଦର୍ଶକ ଙ୍କ ମନକୁ ଉଲ୍ଲାସିତ କରିଥିଲେ l ସୁଦନ ଷ୍ଟାର ଲେଭେନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାପାଇଁ ମନସ୍ତ କରି ନିର୍ଦ୍ଧାରିତ ବାର ଓଭାରରେ ସମୁଦାୟ ୧୧୧ ରନ ସଂଗ୍ରହ କରିଥିବା ବେଳେ ଚିକିଳି ଦଳ ନିର୍ଦ୍ଧାରିତ ବାର ଓଭାରରେ ସମୁଦାୟ 112 ରନ ସଂଗ୍ରହ କରି ବିଜୟ ହାସଲ କରି ଚାମ୍ପିୟନ ହୋଇଥିଲେ l ଏହି ଫାଇନାଲ ମ୍ୟାଚର ବିଜୟ ହାସଲ କରିଥିବା ଦଳକୁ (୩0,000 ) ତିରିଶ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିବା ସହିତ ରନର୍ସ ଦଳକୁ (୨0,000) କୋଡ଼ିଏ ହଜାର ଟଙ୍କା ଆଉ ଟ୍ରଫି ପ୍ରଦାନ କରାଯାଇଥିଲା l ଆଜିର ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ଯୁକ୍ତ ସଦାଶିବ ପ୍ରଧାନୀ , ନନ୍ଦାହାଣ୍ଡି ବ୍ଲକର ଦୁଇ ନମ୍ବର ଜୁନର ଜିଲ୍ଲା ପରିଷଦ ଶ୍ରୀ ଅରୁଣ କୁମାର ମିଶ୍ର, ନନ୍ଦାହାଣ୍ଡି ସଂସଦ ଶ୍ରୀ ସୁନିଳ ସାହୁ, ଦୟାନିଧି ବିଷୟ, ସଦନ ଗୌଡ଼, ପୁରନଧର ଭତ୍ରା, ଡଙ୍ଗରଭେଜା ପଞ୍ଚାୟତ ସମିତି ସରପଞ୍ଚ ଶ୍ରୀମତି ଗୁଣ ମତି ସୈରା ଓ ଗ୍ରାମ ର ମାନ୍ୟ ଗୁଣ୍ୟ ଭଦ୍ର ବ୍ୟକ୍ତି ମାନେ ଯୋଗ ଦେଇ ଖେଳ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ