ବିଳମ୍ୱିତ ରାତିରେ ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ…

add-all

ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ଵିପୁଳିଙ୍ଗି ଗ୍ରାମ ବଡ଼ ସାହିରେ ଘରେ ପଶି ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତକ ମହିଳା ଜଣକ ହେଲେ ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ।

ଗତକାଲି ରାତିରେ ସୁପ୍ରଭାଙ୍କ ସ୍ୱାମୀ ରାଧାଶ୍ୟାମ ବିପୁଳିଙ୍ଗି ଛକରେ ଥିବା ନିଜ ଦୋକାନରେ ଶୋଇଥିବା ବେଳେ ସୁପ୍ରଭା ନିଜ ଘରେ ଶୋଇଥଲେ। ବିଳମ୍ବିତ ରାତ୍ରରେ କେହି ଦୁର୍ବୃତ୍ତ ଘରେ ପଶି ଚୋରି କରିବା ସହିତ ସୁପ୍ରଭାଙ୍କୁ ହତ୍ୟା କରିଛନ୍ତି। ତେବେ ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଛତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.