ହୋମଗାର୍ଡଙ୍କୁ ଧକ୍କା ଦେଲା ଟ୍ରକ୍‌ , ଘଟଣାସ୍ଥଳରେ ମୃତ୍ୟୁ

add-all

ଆନନ୍ଦପୁର: ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଗାଡ଼ି। ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଘଷିପୁରା ଥାନା ଦେଓଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ହୋମଗାର୍ଡ ତରିମୂଳ ଗାଁର ସୁରେଶ କୁମାର ରାଉତ । ସେ ଘଷିପୁରା ଥାନାରେ କାର୍ଯ୍ୟରତ ଥିଲେ।

ଗତକାଲି ରାତିରେ ସୁରେଶ ଦେଓଗାଁ ବ୍ରଜି ନିକଟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ସେପଟେ ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଷିପୁରା ଥାନା ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.