ଜୟନାରାୟଣ ମିଶ୍ରଙ୍କୁ ସରକାର ସୁରକ୍ଷା ଦିଅନ୍ତୁ: ଡି ପୁରନ୍ଦେଶ୍ବରୀ…

add-all

ଭୁବନେଶ୍ବର: ଓଡ଼ିଶାରେ ଆଇନ ଶୃଙ୍ଖଳାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିଜେପି ପକ୍ଷରୁ ବୁଧବାର ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି। ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଗୁରୁବାର କହିଛନ୍ତି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଯେଭଳି ଭାବେ ହତ୍ୟା କରାଗଲା ତାହା ଭୁଲି ହେବନାହିଁ। ହତ୍ୟାକାଣ୍ଡକୁ ୧୯ଦିନ ହେଲାଣି କିନ୍ତୁ ଏହାର କାରଣ ଜାଣି ହେଲା ନାହିଁ। ରାଜ୍ୟ ସରକାର କିଛି ନା କିଛି ଲୁଚାଉଛନ୍ତି। ଯଦି କିଏ ସ୍ୱର ଉଠାଇଲା ତାକୁ ହତ୍ୟା କରାଯାଉଛି।

ରାଜଭବନ ସାମ୍ନାରେ ଆନ୍ଦୋଳନ ସମୟରେ ଡି ପରୁନ୍ଦେଶ୍ବରୀ କହିଛନ୍ତି, ନ୍ୟାୟ ମାଗିଲେ ମିଛ ମାମଲା ରୁଜୁ ହେଉଛି। ଏପରିକି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି। ଜଣେ ମହିଳା ଆଇଆଇସି ଧକ୍କା ଓ ମୁଥ ମାରୁଛନ୍ତି। ଜୟନାରାୟଣ ମିଶ୍ର ସୁରକ୍ଷିତ ନୁହନ୍ତି। ତେଣୁ ସରକାର ତାଙ୍କୁ ତୁରନ୍ତ ସୁରକ୍ଷା ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି। ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଜବାବ ନିଶ୍ଚିତ ଦେବେ।

ଡି ପୁରନ୍ଦେଶ୍ବରୀ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଉପରେ କି ନ୍ୟାୟ ହେଉଛି ବୋଲି ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି।

ad-week
Leave A Reply

Your email address will not be published.