ଜୟନାରାୟଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ଧର୍ମେନ୍ଦ୍ର…

add-all

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ଥାନା ଅଧିକାରୀ ଧସ୍ତାଧସ୍ତି ବିବାଦ ଘନେଇବାରେ ଲାଗିଛି। ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ସରକାରୀ ଦଳ ନିଜର ଦୋଷ ଦର୍ବଳତା ଲୁଚାଇବା ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନବୀନବାବୁଙ୍କ ଦୟାରେ ଜୟନାରାୟଣ ବାବୁ ବିରୋଧୀ ଦଳ ନେତା ହୋଇନାହାନ୍ତି। ଭାରତୀୟ ଜନତା ପାର୍ଟିର ପାର୍ଲାମେଣ୍ଟାରୀ ବୋର୍ଡର ନିଷ୍ପତ୍ତିରେ ହୋଇଛନ୍ତି। ବାକି ରହିଲା ନୈତକତା କଥା- ରାଜ୍ୟରେ ଅଧା ଡଜନରୁ ଅଧିକ ମନ୍ତ୍ରୀ ପ୍ରତ୍ୟକ୍ଷ ହତ୍ୟା ଓ ବିଭିନ୍ନ କେଳେଙ୍କାରୀରେ ଅଭିଯୁକ୍ତ ଅଛନ୍ତି। ସେମାନଙ୍କ ଉପରେ ଓଡ଼ିଶାବାସୀ ଅଙ୍ଗୁଳି ଉଠାଇଲା ପରେ ମଧ୍ୟ ଅଛନ୍ତି। ତେଣୁ ଚାଲୁଣି କ’ଣ ଛୁଞ୍ଚିକି କହିବ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ad-week
Leave A Reply

Your email address will not be published.