ଲିଭ ଇନ୍‌ ପାର୍ଟନରଙ୍କୁ ହତ୍ୟା କରିବା ପୂର୍ବରୁ ପାର୍ଟି କରିଥିଲେ ବୟଫ୍ରେଣ୍ଡ

add-all

ନୂଆଦିଲ୍ଲୀ : ଲିଭ ଇନ୍‌ରେ ରହୁଥିବା ନିଜ ଲାଇଫ ପାର୍ଟନରଙ୍କୁ ହତ୍ୟା କରି ଫ୍ରିଜ୍‌ରେ ରଖିବା ମାମଲାରେ ତଦନ୍ତରୁ ନୂଆ ନୂଆ ଖିଅ ସାମ୍ନାକୁ ଆସୁଛି। ଫେବୃଆରୀ ୧୦ରେ ୨୨ ବର୍ଷୀୟ ଯୁବତୀ ନିକ୍କି ଯାଦବଙ୍କୁ ତାଙ୍କ ପାର୍ଟନର ସାହିଲ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ତାଙ୍କ ମୃତଦେହକୁ ନଜାଫଗଡର ଜଫଗଡ଼ର ମିତ୍ରାଓଁ ଗାଁ ଉପକଣ୍ଠରେ ଥିବା ଗୋଟିଏ ଢାବାର ଫ୍ରିଜ୍‌ ମଧ୍ୟରେ ରଖି ଫେରାର ହୋଇଯାଇଥିଲେ। ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ କହିଛି ଯେ, ନିଜ ପ୍ରେମିକା ନିକ୍କିଙ୍କୁ ହତ୍ୟା କରିବାର ଦିନକ ପୂର୍ବରୁ ସାହିଲ ଗେହଲଟଙ୍କ ଫେବୃଆରୀ ୯ରେ ନିର୍ବନ୍ଧ ଥିଲା। ଏହି ଅବସରରେ ସାଙ୍ଗମାନଙ୍କ ସହ ନାଚଗୀତ କରି ପାର୍ଟି କରିଥିଲେ। ପରେ ସେ ତାଙ୍କ ଲିଭ ଇନ୍‌ ପାର୍ଟନରଙ୍କ ଗଳାଚିପି ହତ୍ୟା କରିଥିଲେ। ଏହା ପରେ ତାଙ୍କ ଶରୀରକୁ ଏକ ରେଫ୍ରିଜରେଟରରେ ଭର୍ତ୍ତି କରିଥିଲେ । ୧୦ ତାରିଖରେ ଅନ୍ୟତ୍ର ଠିକ୍‌ ହୋଇଥିବା ଯୁବତୀଙ୍କ ସହ ବିବାହ କରିଥିଲେ ସାହିଲ।
ନିକ୍କିଙ୍କୁ ହତ୍ୟା କରିବା ପରେ ସାହିଲ ତାଙ୍କ ମୃତ ଦେହକୁ ଦକ୍ଷିଣ ଦିଲ୍ଲୀରେ ଥିବା ନିଜ ଢାବାରେ ଫ୍ରିଜରେ ରଖିଥିଲେ। ହତ୍ୟା ସମ୍ପର୍କରେ ଫେବୃଆରୀ ୧୪ରେ ଘଟଣା ସାମ୍ନାକୁ ଆସିଥିଲା। ସାହିଲଙ୍କୁ ଜେରା କରିବା ପରେ ମୃତଦେହ ଫ୍ରିଜ୍‌ରେ ରଖିଥିବା ମାନିବା ପରେ ଅପରାଧର ପର୍ଦ୍ଦାଫାଶ ହୋଇଥିଲା। ପୁଲିସ କହିଛି ଯେ, ନିର୍ବନ୍ଧ ପାର୍ଟି ପରେ ସାହିଲ ନିକ୍କି ରହୁଥିବା ଉତ୍ତମ ନଗର ଭଡ଼ାଘରକୁ ଯାଇଥିଲେ। ଏହି ରହଣୀ କ୍ଷଣରେ ସାହିଲଙ୍କ ବାହାଘର ଫେବୃଆରୀ ୧୦ ପୂର୍ବରୁ ଉଭୟେ ଗୋଆ ଟ୍ରିପ୍ ଯିବାକୁ ନିକ୍କି ପ୍ରସ୍ତାବ ଦେଇଥିଲେ। ତେବେ ସାହିଲ ନିଷ୍ପତ୍ତି ନେବାରେ ଦୋଛକିରେ ପଡ଼ିଯାଇଥିଲେ। ସେ ତାଙ୍କ ପାର୍ଟନର ନିକ୍କିଙ୍କ ସହ ଗୋଆ ଯିବେ ନା ବାପାମା ଠିକ୍ କରିଥିବା ଯୁବତୀଙ୍କ ସହ ବିବାହ କରିବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ।
ସେହିପରି ନିର୍ବନ୍ଧର ୧୫ ଦିନ ପୂର୍ବରୁ ସାହିଲ ତାଙ୍କ ପାର୍ଟନର ନିକ୍କି ରହୁଥିବା ଭଡ଼ାଘରୁ ଛାଡ଼ି ଦେଇଥିଲେ। କିନ୍ତୁ ଫେବୃଆରୀ ୯ ତାରିଖରେ ନିର୍ବନ୍ଧ ସରିବା ପରେ ସାହିଲ ନିକ୍କିଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କ ସହ ରାତି ବିତାଇଥିଲେ । ନିକ୍କି କିନ୍ତୁ ସାହିଲଙ୍କ ସହ ଗୋଆ ଯିବାକୁ ପ୍ଲାନ କରିସାରିଥିଲେ। ନିକ୍କି ଆଗରୁ ନିଜର ଟିକେଟ୍‌ ବୁକ୍ କରିସାରିଥିଲେ। ପରେ ନିକ୍କି ସାହିଲଙ୍କ ପାଇଁ ଟ୍ରାଭେଲ ଆପ୍ଲେକେସନରୁ ଟିକେଟ ବୁକ୍ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ତେଣୁ ସେମାନେ ପ୍ଲାନ ବଦଳାଇ ହିମାଚଳପ୍ରଦେଶ ଯିବାକୁ ଯୋଜନା କଲେ। ପରେ ସାହିଙ୍କ କାରରେ ଉଭୟେ ନିଜାମୁଦ୍ଦିନ ରେଳ ଷ୍ଟେସନକୁ ଯାଇଥିଲେ। ସେଠାରୁ ପୁଣି କଶ୍ମୀର ଗେଟରେ ପହଞ୍ଚିଥିଲେ। ସେଠାରେ କାର ପାର୍କିଂ କରି ସାହିଲଙ୍କ ବିବାହ ତାରିଖକୁ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଉ କାରରେ ଥିବା ମୋବାଇଲ ଡାଟା କେବୁଲରେ ସାହିଲ ନିକ୍କିଙ୍କ ବେକକୁ ଜାରି ହତ୍ୟା କରିଥିବା ପୁଲିସ କହିଛି।

ad-week
Leave A Reply

Your email address will not be published.