
ହିଞ୍ଜିଳିକାଟୁ ୧୫।୨ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିଛି ହିଞ୍ଜିଳିକାଟୁ ପୌରପରିଷଦ ବିଜେଡ଼ି | ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନଗର ସଭାପତି ଭୀମସେନ ଵେହେରା ଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ କାଉନସିଲର, ଚାଷୀ ଓ ବିଜୁ ଜନତା ଦଳ ର ପୁରୁଷ ଓ ମହିଳା କର୍ମୀ ହିଞ୍ଜିଳିକାଟୁ ବଇଂଚବଣିଆ ସ୍ଥିତ ଡାକ ବଙ୍ଗଳା ଠାରେ ଏକତ୍ରିତ ହୋଇଥିଲେ। ଡାକ ବଙ୍ଗଳା ଠାରୁ ପଟ୍ଟୁଆର ସହ ବିଭିନ୍ନ ଫ୍ଳା କାର୍ଡ ଧରି କେନ୍ଦ୍ର ସରକାର ନିଷ୍ପତ୍ତି ବିରୋଧରେ ଗର୍ଜି ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ବିଜୁ ପଟ୍ଟନାୟକ ଛକ ଦେଇ ପୌରପାଳିକା କାର୍ଯ୍ୟାଳୟରେ ପହଂଚିଥିଲେ । ପୌରପାଳିକା କାର୍ଯ୍ୟାଳୟ ଆଗରେ କେନ୍ଦ୍ର ସରକାର ଚାଉଳ କାଟକୁ ନେଇ ବହୁ ଵିଜେଡି ନେତା ନିଜ ନିଜର ମନ୍ତବ୍ୟ ଦେଇଥିଲେ। ଏଭଳି ସ୍ଥଳେ ଚାଉଳ କାଟିବା କାରଣରୁ ଓଡ଼ିଶାର ୩ କୋଟି ୨୫ ଲକ୍ଷ କ୍ଷତିଗ୍ରସ୍ତ ହେବେ ।
ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ରେ ବ୍ଲକ ବିଡିଓ ଓ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଼।ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ବିଜେଡି ନଗର ସଭାପତି ଭୀମସେନ ଵେହେରା ବିଜେଡି କର୍ମୀଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଆନ୍ଦୋଳନ ରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ହିଞ୍ଜିଳିକାଟୁ ବିଜେଡି ନେତା ପ୍ରଦିପ କୁମାର ପଣ୍ଡା,ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୂର୍ବତନ ଉପନଗରପାଳ ତଥା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ଆସିକା ସଂସଦ ଙ୍କ ପ୍ରତିନିଧି ତଥା ଓଡ଼ିଶା ମୋ ପରିବାର ସମ୍ପାଦକ ନିଳମଣୀ ପଟ୍ଟନାୟକ, ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ, ବିଜେଡି ଛାତ୍ର ନେତା ସୁନିଲ କୁମାର ପଟ୍ଟନାୟକ, ଜିତୁ ସ୍ଵାଇଁ, ମିଥୁନ ଦାସ, ପପୁ ବାରିକ, ଯୁଧିଷ୍ଠିର ସ୍ଵାଇଁ, ପୂର୍ବତନ କାଉନସିଲର କୃଷ୍ଟ ଚନ୍ଦ୍ର ସାହୁ, ନୀଳାମ୍ବର ପଣ୍ଡା ,ପୂର୍ବତନ କାଉନସିଲର ରମେଶ ଚନ୍ଦ୍ର ପଣ୍ଡା ,ସନାତନ ନାହାକ, କାହ୍ନୁଚରଣ ଚୌଧୁରୀ, ବାବୁଲି ମହାପାତ୍ର, କାଉନସିଲର ଶ୍ୟାମଘନ ଵେହେରା, କାଉନସିଲର ବିଭୁ ପ୍ରସାଦ ପଣ୍ଡା, କାଉନସିଲର ବସନ୍ତ କୁମାର ଵେହେରା, କାଉନସିଲର ସୁପ୍ରଭା ମହାରଣା, କାଉନସିଲର ବିଳାସିନୀ ମହାନ୍ତି, କାଉନସିଲର ରିନା ଗୌଡ,ସଞ୍ଜୟ କୁମାର ସ୍ବାଇଁଙ୍କ ସହ ଵହୂ ମହିଳା ଓ ପୁରୁଷ ବିଜେଡି କର୍ମୀ ପ୍ରମୁଖ ଯୋଗଦେଇ ପ୍ରତିଵାଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।