
ଫୁଲବାଣୀ : ସମସ୍ତେ କହନ୍ତି କଳି ଯୁଗରେ ସବୁ ହଜିଯାଇଛି ମାନବିକତା ଓ ସଚ୍ଚୋଟତା l ଏହା ସମ୍ପୂର୍ଣ୍ଣ ଭୁଲ ଆଜିବି ବଞ୍ଚିଛି ମାନବିକତା, ସଚ୍ଚୋଟ ପଣିଆ ଏବଂ ଦାୟିତ୍ୱବାନ ନାଗରିକ କର୍ତ୍ତ୍ୟବ୍ୟ l ଯାହାର ଜ୍ଵଳନ୍ତ ଉଦାହରଣ ସାମ୍ବାଦିକ ଶିବ ବିଶ୍ଵାଳ l ମାନସିକ ଅନଗ୍ରସର ତଥା ଭିନ୍ନକ୍ଷମ ପୁଅର ମୃତ୍ୟୁ ପରେ ସରକାରୀ ସହାୟତା ରାଶିକୁ ଫେରାଇ ଦେଇଛନ୍ତି ସାମ୍ବାଦିକ ବାପା ଶିବ ପ୍ରସାଦ ବିଶ୍ୱାଳ | ସାମ୍ବାଦିକ ବିଶ୍ୱାଳଙ୍କ ପୁଅ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ ଭିନ୍ନକ୍ଷମ ଭତ୍ତା ବାବଦରେ ମାସକୁ ୭ଶହ ଟଙ୍କା ଲେଖାଏଁ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମିଳୁଥିଲା ଏଥି ସହ ଖାଦ୍ୟ ସୁରକ୍ଷା ଆଇନ ପ୍ରକାରେ ମାସକୁ ୫ କେଜି ଚାଉଳ ମଧ୍ୟ ମିଳୁଥିଲା l ତେବେ ପୁଅର ମୃତ୍ୟୁପରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମ ରେ ଟଙ୍କା ଆସିଯାଇଥିବାରୁ ସେ ଏହି ଅର୍ଥ ରାଶିକୁ ଚେକ ମାଧ୍ୟମରେ ପୌର କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ଫେରାଇ ଦେଇ ନିଜେ ଏକ ଦାୟିତ୍ୱବାନ ନାଗରିକ ସହ ସୋଚଟ ସାମ୍ବାଦିକର ପରିଚୟ ସୃଷ୍ଟିସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ
ପଲାଟିଛନ୍ତି l ମୃତ୍ୟୁ ପରେ ଅନେକ ସମୟରେ ଜାଣତରେ ହେଉ ଅଜାଣତରେ ପରିବାର ଲୋକେ ଖବର କରୁନାହାନ୍ତି ଫଳରେ ଅନ୍ୟ ହିତାଧିକାରୀ ସହାୟତା ପାଇବାରୁ ବଂଚିତ ହେଉଛନ୍ତି ବୋଲି ନିର୍ବାହୀ ଅଧିକାରୀ ବଳଦେବ ବେହେରା କହିବା ସହ ଶିବ ବିଶ୍ୱାଳଙ୍କ ପରି ସଠିକ ସମୟରେ ବିଭାଗକୁ ଖବର ଜଣାଇଲେ ଅନ୍ୟ ମାନେ ଏହାର ସୁଯୋଗ ପାଇପାରିବେ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା କହିଥିଲେ l