ଫିରିଙ୍ଗିଆ ବିଜେପି କର୍ମୀ ଙ୍କ ଦ୍ୱାରା ବିଡ଼ିଓ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦଶ ଦଫା ଦାବିପତ୍ର ପ୍ରଦାନ…

add-all

ଫିରିଙ୍ଗିଆ,-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସମସ୍ତ ବରିଷ୍ଠ ବିଜେପି କର୍ମୀମାନେ ଏକତ୍ରିତ ହୋଇ ଫିରିଙ୍ଗିଆ ବ୍ଲକ ଅଫିସ ରେ ପହଂଚି ବିଡ଼ିଓ ଙ୍କ ଜରିଆରେ ଜିଲ୍ଲପାଳ ଙ୍କ ଉଦେଶ୍ୟ ରେ ଏକ ଦଶଦଫା ଦାବୀପତ୍ର ପ୍ରଦାନ କରିଛନ୍ତି |ହନୁମାନ ମନ୍ଦିର କୁ ସୋଲାର ଲାଇଟ ବ୍ୟବସ୍ଥା, ପାଣି ଏବଂ ମନ୍ଦିରର ସୁରକ୍ଷା ସହିତ ଯେଉଁ ଦୋକାନ ଗୃହର କାମ ଚାଲିଛି ତାହାର ଠିକାଦାର ପରିବର୍ତନ କରି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା,ଯେଉଁ ବାର ବଖରା ଘର ତିଆରି ହୋଇଛି ତାହା ଜନସାଧାରଣ ଙ୍କ ଟେଣ୍ଡର ପ୍ରକ୍ରିୟା ଜାଲିଆତି ଜୋଇଥିବା ରୁ ଘର ଚୁକ୍ତିନାମା ଖାରଜ କରିବା,ବ୍ଲକ ପରିସର ଭିତରେ କ୍ୟାଣ୍ଟିନ କରିବା ପାଇଁ ଜନସାଧାରଣ ଙ୍କୁ ଟେଣ୍ଡର ମାଧ୍ୟମ ଦ୍ୱାରା ଅନୁମତି ପ୍ରଦାନ କରିବା ,ବ୍ଲକ ର କର୍ମକର୍ତା ଙ୍କ ଦ୍ୱାରା ବେଆଇନ ହୋଟେଲ କାରବାର ବନ୍ଦ କରିବା ଭଳି ଦଶଦଫା ଦାବୀ ପ୍ରଦାନ କରାଯାଇଛି |ଉକ୍ତ ଦାବିପତ୍ର ପ୍ରଦାନ ସମୟ ରେ ଲୋକସଭା ପ୍ରଭାସ ଯୋଜନା ଜଳ ଜୀବନ ଭାରତ ପ୍ରମୁଖ କଂସଦେବ ସାହୁ, ସୋସିଆଲ ମିଡ଼ିଆ ଟିମ ଜିଲ୍ଲା ପ୍ରମୁଖ ତଥା ବରିଷ୍ଠ ସମାଜସେବୀ ସଞ୍ଜୟ କୁମାର ଦିଗାଲ, ବରିଷ୍ଠ ବିଜେପି ନେତା ଭରତ ମହାନନ୍ଦ, ପୂର୍ଣ୍ଣଚନ୍ଦ୍ର ଦିଗାଲ, ବୁଲୁଭାଇ, ରାଜ କିଶୋର ଦିଗାଲ, ଭୁଗୁନି କହଁର, କାସିନି ପଦର ପୂର୍ବତନ ସରପଞ୍ଚ ସଭାକାନ୍ତ କହଁର ପ୍ରମୁଖ ଉପସ୍ଥିତ ରହିଥିଲେ |

ad-week
Leave A Reply

Your email address will not be published.