ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି…

add-all

ବଲାଙ୍ଗିର: ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି। ଧସ୍ତାଧସ୍ତିରେ ବିଜେଡିର ମହିଳା କାଉନସିଲର ଆହତ। ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନ ଉଦ୍‌ଘାଟନ ବେଳେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାର ବିକାଶ କାମରେ କିଏ ବାଧା ସୃଷ୍ଟି କରୁଛି ସେନେଇ ପ୍ରଥମେ ଉଭୟ ଦଳ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଧସ୍ତାଧସ୍ତି ହୋଇଥିଲେ।

କଂଗ୍ରେସ କର୍ମୀଙ୍କ ଠେଲାପେଲାରେ ବିଜେଡି ମହିଳା କାଉନସିଲର ଆହତ ହୋଇଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ମନ୍ତ୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ଏଭଳି ସ୍ଥିତି ଦେଖାଯାଇଥିଲା। ବିଜେଡି ମହିଳା କାଉନସିଲର ଆହତ ହେବା ପରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ad-week
Leave A Reply

Your email address will not be published.