ସେ ଚାହିଁଲେ ମାରିପାରିବେ, ଯେଉଁଠିକି କହିବେ ସେଠାକୁ ଯିବି: ଜୟନାରାୟଣ

add-all

ଭୁବନେଶ୍ୱର: ‘ସେ କ’ଣ ଷଣ୍ଢ ପଣିଆ ଦେଖାଉଛି। ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ। ଖଣ୍ଡା ଫଣ୍ଡା ଦରକାର ନାହିଁ, ତାକୁ ଗୋଟିଏ ଜାବଡ଼ା ଦରକାର। ପୁଲିସ୍‌ ଭାଇଙ୍କୁ ଟିକେ ଚାନ୍ସ ଦେଇଦିଅ, ସେମାନେ ହଟାଇଦେବେ।’ ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ବିବାଦରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ ଗତକାଲି ବିଜେଡି ନେତା ତଥା ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଥିଲେ। ଆଉ ଆଜି ଜୟନାରାୟଣ ଏହାର ଜବାବ ଦେଇଛନ୍ତି।

ସେ କହିଛନ୍ତି, ଯଦି ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ମାରିପାରୁଛନ୍ତି, ତା’ହେଲେ ମୋତେ ବି ମାରିପାରିବେ। ମୁଁ ଜଣେ ସାଧାରଣ ମଣିଷ। ସେ ଚାହିଁଲେ ମାରିପାରିବେ। ସେ ଯେଉଁଠିକି କହିବେ ସେଠାକୁ ଯିବି` ମୋତେ ସେ ମାରିପାରିବେ। ରାଜ୍ୟରେ ଜଣେ ଏପରି କହିପାରୁଛି ମାନେ ଏଥିରୁ ଶାସନ ବ୍ୟବସ୍ଥା କେମିତି ରହିଛି, ତାହା ଜଣାପଡୁଛି। ବାଂଲାଦେଶୀ ବିକ୍ଷୋଭ ବେଳେ ଅରୂପ ବାବୁ କମିଶନର ଥିଲେ। ସେତେବେଳେ ତାଙ୍କ ଭୂମିକା କ’ଣ ଥିଲା ସମସ୍ତେ ଜାଣିଛନ୍ତି। ସେ କେଉଁଭଳି ଭାବେ ଆଇପିଏସ୍ ପାଇଥିବେ, ଲୋକ ଜାଣିବା ଦରକାର।

ଏହା ସହିତ ଜୟନାରାୟଣ ମିଶ୍ର ପୁଣି ଥରେ ପୁଲିସ୍‌କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ମରାଗଲା, କେହି ତ କ୍ଷମା ମାଗିଲେନି। ଗୃହ ବିଭାଗ ମୁଖ୍ୟ ‘ମୁଖ୍ୟମନ୍ତ୍ରୀ’ ମଧ୍ୟ ଘଟଣାରେ କ୍ଷମା ମାଗିଲେନି। ଧନୁପାଲି ଆଇଆଇସି ମୋତେ ମାରିଲେ, ମୁଁ କ’ଣ ପାଇଁ କ୍ଷମା ମାଗିବି। ଆନ୍ଦୋଳନ ବେଳେ ସେ ମହିଳାଙ୍କ ପଟେ ଥିଲେ। ପରେ ଆସି ମୋତେ ମାରିଲେ। ଓଡ଼ିଶା ପୁଲିସ ମୋତେ କ୍ଷମା ମାଗିବ ନା ମୁଁ ସେମାନଙ୍କୁ କ୍ଷମା ମାଗିବି? ନବୀନ ବାବୁ ନିୟମ କରିଦିଅନ୍ତୁ ଓଡ଼ିଶା ପୁଲିସକୁ ସବୁ ମାଫ୍‌।

ଧସ୍ତାଧସ୍ତି ପ୍ରସଙ୍ଗରେ ଜୟନାରାୟଣ ଧନୁପାଲି ଆଇଆଇସିଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, ଆନ୍ଦୋଳନ ଚାଲିଥିବା ବେଳେ ମହିଳାଙ୍କ ପଟେ ଥିଲେ ଆଇଆଇସି। କ’ଣ ପାଇଁ ସେ ମୋ ପାଖକୁ ଆସିଥିଲେ? ଯେଉଁଠି ଡ୍ୟୁଟି ନଥିଲା ସେଠାକୁ କାହିଁକି ଆସିଥିଲେ?

ad-week
Leave A Reply

Your email address will not be published.