ଆସନ୍ତା ୧୯ ତାରିଖରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଉପନିର୍ବାଚନ ବେଳେ ବିଜେଡି ପକ୍ଷରୁ ପଦ୍ମପୁର ବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା । ଉପନିର୍ବାଚନରେ ବିଜେଡିର ବୃହତ୍‌ ବିଜୟ ହୋଇଥିବା ବେଳେ ଏବେ ପ୍ରତିଶ୍ରୁତି ପୂରଣ ପାଇଁ ନିଆଯାଉଛି ପଦକ୍ଷେପ । ୨୦୨୩ରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏବେ ସେ ଦିଗରେ ପ୍ରକ୍ରିୟା ଚାଲିଛି ।

ଏଭିତରେ ବରଗଡ଼ ଜିଲ୍ଲା ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନୀତ କରାଯାଇଛି । ଫଳରେ ପାଇକମାଳ ଅଞ୍ଚଳର ଲୋକଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ପଦ୍ମପୁରରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବଡ଼ ଯୋଜନା ଆସିପାରେ । ପଦ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏସବୁ ଉପରେ ଘୋଷଣା କରିପାରନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ନବ ଦାସଙ୍କ ଝିଅ ଦିପାଳୀ ଦାସ। ପୂର୍ବରୁ ପଦ୍ମପୁର ଉପନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ। ବାପା ନବ ଦାସଙ୍କ ସହ ପାଇକମାଳ ବ୍ଲକରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ଦିପାଳୀ।

ad-week
Leave A Reply

Your email address will not be published.