ମହିଳା IICଙ୍କୁ ମାଡ଼ ମାରିବା ଘଟଣା: ଜୟନାରାୟଣଙ୍କ ସରକାରୀ ବାସଭବନ ସମ୍ମୁଖରେ କିନ୍ନର ସମାଜ ପକ୍ଷରୁ ବିକ୍ଷୋଭ

add-all

ଭୁବନେଶ୍ୱର: କ୍ଷମା ଓ ଇସ୍ତଫା ଦାବିରେ ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର। ବହୁ ସଂଖ୍ୟାରେ କିନ୍ନର ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୱାର୍ଟର ସାମ୍ନାରେ ଘେରାଉ କରିବା ଜୟ ନାରାୟଣଙ୍କ ବିରୋଧରେ ନରବାଜି କରିଥିଲେ। ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ କ୍ଷମା ମାଗିବା ସହ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବା ପାଇଁ ଦାବି କରିଥିଲେ। ଏହା ସହ ପ୍ଲାକାର୍ଡ ପ୍ରଦର୍ଶନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଗଣତାନ୍ତ୍ରିକ ରାଷ୍ଟ୍ର ଲାଗି ଏକ ଲଜ୍ଜା ବୋଲି କହିଛନ୍ତି କିନ୍ନର ନେତା । ମହିଳା ଆଇଆଇସିଙ୍କୁ ଅସଦାଚରଣ ଓ ଆକ୍ରମଣ ପ୍ରତିବାଦରେ ଉଠୁଛି ପଡ଼ୁଛି ଓଡ଼ିଶା ।

ad-week
Leave A Reply

Your email address will not be published.