ଭିଜିଲାନ୍‌ସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

add-all

ଭୁବନେଶ୍ୱର: କମିଶନରେଟ୍‌ ପୋଲିସ ପରେ ଭିଜିଲାନ୍‌ସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା। ଭିଜିଲାନ୍ସ ମୁଖ୍ୟାଳୟ ଓ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ୩୫ ବର୍ଷରୁ ଅଧିକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବା ପରେ ସ୍ୱାସ୍ଥ୍ୟ ସଚିବଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମସ୍ତ ଜିଲ୍ଲା ସିଡିଏମଓ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଓ ରାଉରକେଲା ଆରଜିଏଚ୍‌ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ।

୩୫ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଭିଜିଲାନ୍ସ କର୍ମଚାରୀଙ୍କର ସରକାରୀ ଖର୍ଚ୍ଚରେ ରକ୍ତ ପରୀକ୍ଷା ସମେତ ଅନ୍ୟାନ୍ୟ ପରୀକ୍ଷା କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଭିଜିଲାନ୍ସ ବିଭାଗର କର୍ମଚାରୀ ବହୁ ଚାପରେ ରହି କାମ କରୁଥିବା ବେଳେ ଏହି ପଦକ୍ଷେପ କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା ହେବ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା ।

ad-week
Leave A Reply

Your email address will not be published.