ଜିଲ୍ଲାସ୍ତରୀୟ ଯୁବନେତୃତ୍ୱ କାର୍ଯ୍ୟକ୍ରମ ଉଦଘାଟିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ଏ.ଏମ୍. ସି. ଏସ. ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ତିନିଦିନିଆ ଯୁବନେତୃତ୍ବ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଯୋଗଦେଇ କହିଲେ “ନିଜକୁ ଚିହ୍ନିଲେ ଅନ୍ୟକୁ ଚିହ୍ନି ପାରିବ, ତୁମ ପାଖରେ ନେତୃତ୍ୱ ରହିଲେ ଦେଶ ସୁଦୃଢ ହୋଇପାରିବ । ବିଶିଷ୍ଟ ଅତିଥି ଭାବରେ ଏସ.ଡି.ସି. ର ଅଧ୍ୟକ୍ଷ ଶ୍ରୀ ରୋଦନ ମଲିକ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଭୁବନେଶ୍ୱର ଇ. ଟି. ଆଇ. ର ସହ-ସଂଯୋଜକ ଶ୍ରୀ ନିରଦବରନ ଖୁଣ୍ଟିଆ , କନ୍ଧମାଳ ଜିଲ୍ଲା ଜାତୀୟ ସେବା ଯୋଜନା ର ଯୋଜନା ଅଧିକାରୀ ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ । କ୍ୟାମ୍ପ କୋଡ଼ିନେଟର ଅଧ୍ୟାପକ ବନମାଳି ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ 14ଟି ମହାବିଦ୍ୟାଳୟର ଏକ ଶହରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ ଏବଂ ଯୋଜନା ଅଧିକାରୀ ଯୋଗଦାନ କରିଥିଲେ l ତାଲିମ ପ୍ରଶିକ୍ଷକ ଭାବରେ ନିରଦବରନ ଖୁଣ୍ଟିଆ ଜାତୀୟ ସେବା ଯୋଜନା ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲାବେଳେ ଖୋର୍ଦ୍ଧା ଜିଲ୍ଲାର ଏ. ଡି. ପି. ଓ. ଶ୍ରୀଯୁକ୍ତ ରଘୁନାଥ ମଣ୍ଡଳ ରୋଡ଼ ସୁରକ୍ଷା ଉପରେ ସ୍ବେଚ୍ଛାସେବୀମାନଙ୍କୁ ସଚେତନ କରିଥିଲେ l ଶେଷରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଅଧ୍ୟାପକ ସୁରଜ ଶାସମଲ ଧନ୍ୟବାଦ ପ୍ରଦାନ କରିଥିଲେ l

ad-week
Leave A Reply

Your email address will not be published.