୫ ବର୍ଷ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା

add-all

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୬ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ଅନଙ୍ଗ ନାୟକ ୬୭ ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ
ଗତ ୨୨.୯. ୨୦୨୦ ତାରିଖ ଦିନ ନାବାଳିକା ନିଜ ଘର ଆଗରେ ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ ଅଭିଯୁକ୍ତ ଅନଙ୍ଗ ପୀଡିତା କୁ ଘର ଭିତରକୁ ଟେକି ନେଇ ଜୋର ଜବରଦସ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲା l ଦୁଷ୍କର୍ମ ପରେ ଝିଅ ସେଠାରୁ କାନ୍ଦି କାନ୍ଦି ନିଜ ଘରକୁ ଆସି ମାଆ କୁ କହିବା ପରେ ପିଡିତା ଙ୍କ ମାଆ ସେହି ଦିନ ରାତି ଆଠଟା ବେଳେ
ଜି ଉଦୟଗିରି ଥାନାରେ ଏତଲା ଦେଇଥିଲେ l ପୋଲିସ ଏ ସଂକ୍ରାନ୍ତରେ ୭୮/୨୦ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଅନଙ୍ଗକୁ ଗିରଫ କରି ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।
ସେହି ମାମଲାରର ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ସରକାରଙ୍କ ତରଫରୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

ad-week
Leave A Reply

Your email address will not be published.