୧୨ଟି ଚିତାଙ୍କୁ ନେଇ ଭାରତ ଅଭିମୁଖେ ବାହାରିଲା ବାୟୁସେନାର ଗ୍ଲୋବମାଷ୍ଟର

add-all

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବାରଟି ଚିତା ଆଜି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ବାୟୁସେନାର ସି -୧୭ ଗ୍ଲୋବମାଷ୍ଟର ବିମାନ ଆସନ୍ତାକାଲି ସୁଦ୍ଧା ଭାରତରେ ପହଂଚିଯିବ | ଏହି ଚିତାମାନଙ୍କୁ କୁନୋ ନ୍ୟାସନାଲ ପାର୍କ (କେଏନପି) ରେ ଛଡ଼ାଯିବ । ଏହି ୧୨ ଟି ଚିତା ମଧ୍ୟରୁ ୭ଟି ଅଣ୍ଡିରା ଏବଂ ପାଞ୍ଚଟି ମାଈ ଚିତା ଥିବାବେଳେ ଗତ ବର୍ଷ ସେପ୍ଟେମ୍ବର ୧୭ରେ ନାମିବିଆରୁ ଆସିଥିବା ଆଠଟି ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ଏନକ୍ଲୋଜରରେ ଛଡାଯାଇଥିଲା ।
ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ କୁନୋରେ ଥିବା ଏହି ଆଠଟି ଚିତା ତିନିରୁ ଚାରି ଦିନ ମଧ୍ୟରେ ଶିକାର କରୁଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଆଫ୍ରିକୀୟ ଦେଶରୁ ଚିତା ଆଣିବା ଏବଂ କୁନୋରେ ତାଙ୍କୁ ଛାଡିବା ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଗତ ବର୍ଷ ଜାନୁଆରୀରେ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ। ଦୁନିଆର ୭,୦୦୦ ଚିତା ମଧ୍ୟରୁ ଅଧିକାଂଶ ଦକ୍ଷିଣ ଆଫ୍ରିକା, ନାମିବିଆ ଏବଂ ବୋତସ୍ୱାନାରେ ରୁହନ୍ତି | ନାମିବିଆରେ ସର୍ବାଧିକ ଚିତାଥିବାବେଳେ ଭାରତରେ ସମ୍ପୁର୍ଣ୍ଣ ଭାବରେ ବିଲୁପ୍ତ ହୋଇଯାଇଥିଲେ | ୧୯୪୮ ମସିହାରେ ଛତିଶଗଡର କୋରାଇୟା ଜିଲ୍ଲାର ଶାଳ ଜଙ୍ଗଲରେ ଭାରତର ଶେଷ ଚିତାର ମୃତଦେହ ମିଳିଥିଲା।

ad-week
Leave A Reply

Your email address will not be published.