ଏମକେସିଜିର କାଜୁଆଲିଟି ଓ ଟ୍ରୋମା କେୟାର ପରିଦର୍ଶନ କଲେ ସୁପ୍ରିମକୋର୍ଟର ସଡକ ସୁରକ୍ଷା କମିଟିର ସମ୍ପାଦକ

add-all

ବ୍ରହ୍ମପୁର : ଏମକେସିଜି ମେଡିକାଲର କାଜୁଆଲିଟି ଓ ଟ୍ରୋମା କେୟାର ପରିଦର୍ଶନ କଲେ ମାନ୍ୟବର ସୁପ୍ରିମକୋର୍ଟର ସଡକ ସୁରକ୍ଷା କମିଟିର ସମ୍ପାଦକ ସମ୍ପାଦକ ସଞ୍ଜୟ ମିତ୍ତଲ । ସାରା ଦେଶରେ ଟ୍ରମା କେୟାର କୁ ସୁଚାରୁ ରୁପେ ପରିଚାଳନା ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବଢୁ ଥିବା ସଡକ ଦୁର୍ଘଟଣାରେ ଗୁରୁତର ରୋଗୀଙ୍କ ଯେଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ସେ ନେଇ ସମସ୍ତ ମେଡ଼ିକାଲ କଲେଜ ରେ ଟ୍ରମା କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ର ସଡକ ସୁରକ୍ଷା କମିଟି ଏକ ପ୍ରତିନିଧି ଦଳ ଆଜି ବ୍ରହ୍ମପୁର ଏମ କେ ସିଜି ବଡ଼ ମେଡ଼ିକାଲ ପରିଦର୍ଶନ କରିଛନ୍ତି। ଏମକେସିଜି ର ଟ୍ରମା କେୟାର କେନ୍ଦ୍ରରେ ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, କ୍ରିଟିକାଲ ସର୍ଜରୀ ର କଣ କଣ ବ୍ୟବସ୍ଥା ରହିଛି ତାକୁ ନେଇ ଅନୁଧ୍ୟାନ କରିଛନ୍ତି ଉକ୍ତ ପ୍ରତିନିଧି ଦଳ।
ସଞ୍ଜୟ ମିତ୍ତଲଙ୍କ ସହିତ ରାଜ୍ୟ ଟ୍ରୋମା ଓ ବର୍ନ କେୟାରର ନୋଡାଲ ଅଫିସର ପ୍ରଫେସର. ଉମାକାନ୍ତ ଶତପଥୀ, ପରିବହନ ବିଭାଗର ନୋଡାଲ ଅଫିସର ମଧ୍ୟ ମେଡିକାଲ ପରିଦର୍ଶନ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏମକେସିଜି ଅଧକ୍ଷ ପ୍ରଫେସର. ଅବନିକାନ୍ତ ମିଶ୍ର, ଅଧିକ୍ଷକ ପ୍ରୋ. ସନ୍ତୋଷ ମିଶ୍ର ଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.