ମାଗଣା ରୁଦ୍ରାକ୍ଷ ପାଇଁ କୁବେରେଶ୍ୱର ଧାମରେ ଅସମ୍ଭାଳ ଭିଡ଼, ଗଲାଣି ୩ ଜୀବନ…

add-all

ଭୋପାଳ : ମାଗଣା ରୁଦ୍ରାକ୍ଷ ପାଇବା ପାଇଁ ମଧ୍ୟପ୍ରଦେଶର ସେହୋର ଜିଲ୍ଲାର କୁବେରେଶ୍ୱର ଧାମରେ ଜମିଛି ଭକ୍ତଙ୍କ ଅସମ୍ଭବ ଭିଡ଼। ମାତ୍ର ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ କୌଣସି ସୁବ୍ୟବସ୍ଥା କରାଯାଇ ନ ଥିବାରୁ ଘଟୁଛି ଅଘଟଣ । ଗତ ୨ ଦିନ ମଧ୍ୟରେ ଏହି ଧାମକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେମାନଙ୍କ ମଧ୍ୟରେ ୨ ମହିଳା ଓ ଜଣେ ୩ ବର୍ଷର ଶିଶୁ ଥିବା ଜଣାଯାଇଛି। ଏହାକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ରୁଦ୍ରାକ୍ଷ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।
ରୁଦ୍ରାକ୍ଷ ମହୋତ୍ସବରେ ବିଶୃଙ୍ଖଳା ଏବଂ ଦଳାଦଳି ପରିସ୍ଥିତି ଯୋଗୁ ଜଣେ ୩ ବର୍ଷର ଶିଶୁ ପ୍ରାଣ ହରାଇଛନ୍ତି। ଜଲଗାଓଁର ବିବେକ ବିନୋଦ ଭଟ୍ଟ ନିଜ ପତ୍ନୀ ଏବଂ ଦୁଇ ପୁଅଙ୍କ ସହ ଗୁରୁବାର ରୁଦ୍ରାକ୍ଷ ମହୋତ୍ସବକୁ ଆସିଥିଲେ।
ବିବେକ ବିନୋଦଙ୍କ କହିବାନୁଯାୟୀ, ତାଙ୍କ ପୁଅର ଦେହ ପୂର୍ବରୁ ଅସୁସ୍ଥ ଥିଲା। ମହୋତ୍ସବ ସ୍ଥଳକୁ ଯିବା ନିମନ୍ତେ ପର୍ଯ୍ୟାପ୍ତ ଗାଡ଼ି ବ୍ୟବସ୍ଥା ନ ଥିବାରୁ ବହୁ ବାଟ ଚାଲିବାକୁ ପଡ଼ିଥିଲା। ଫଲରେ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ତାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେଠାରେ ଆଇସିୟୁର ତାଙ୍କ ଚିକିତ୍ସା ଚାଲିଥିଲା। ମାତ୍ର ଅବସ୍ଥାରେ ସୁଧାର ହୋଇ ନ ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କୁବେରେଶ୍ୱର ଧାମରେ ୧୬ରୁ ୨୨ ତାରିଖ ମଧ୍ୟରେ ମାଗଣା ରୁଦ୍ରାକ୍ଷ ବଣ୍ଟନ କରାଯାଉଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି। ମାତ୍ର ପ୍ରଶାସନ ତରଫରୁ ଭିଡ଼କୁ ସମ୍ଭାଳିବାକୁ ସେପରି କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ଭକ୍ତମାନେ ଖୋଲା ଆକାଶ, କ୍ଷେତ, ପେଟ୍ରୋଲ ପମ୍ପ ଏବଂ ଏପରିକି ରେଳ ଷ୍ଟେସନରେ କ୍ୟାମ୍ପ କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ମହାରାଷ୍ଟ୍ରର ଜଣେ ମହିଳାଙ୍କର ଅତ୍ୟଧିକ ଭିଡ଼ ଯୋଗୁ ମୃତ୍ୟୁ ହୋଇଥିବା ବେଳେ ଏହାପରେ ଜଣେ ୫୦ ବର୍ଷୀୟା ମହିଳା ଆଖି ବୁଜିଥିଲେ।

ad-week
Leave A Reply

Your email address will not be published.