ବୃଦ୍ଧ, ବିତ୍ତଶାଳୀ, ବିପଜ୍ଜନକ କହି ଜର୍ଜ ସରୋସ୍‌ଙ୍କୁ ତୀବ୍ର ସମାଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର

add-all

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ନିବେଶକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ମନ୍ତବ୍ୟ ଦେଇଥିବା କୋଟିପତି ନିବେଶକ ଜର୍ଜ ସରୋସ୍‌ଙ୍କୁ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ତୀବ୍ର ସମାଲୋଚନା କରିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କୁ ବୃଦ୍ଧ, ବିତ୍ତଶାଳୀ, ବିପଜ୍ଜନକ ଏବଂ ଅହଙ୍କାରୀ ବୋଲି କହିଛନ୍ତି।
ଏସ୍‌. ଜୟଶଙ୍କର କହିଛନ୍ତି, ସରୋସ୍‌ ହେଉଛନ୍ତି ଜଣେ ବୃଦ୍ଧ, ବିତ୍ତଶାଳୀ ଅହଂକାରୀ ବ୍ୟକ୍ତି। ନ୍ୟୁୟର୍କରେ ବସି ସେ ଏବେ ମଧ୍ୟ ଭାବୁଛନ୍ତି ଯେ, ଦୁନିଆ ଗତି ତାଙ୍କ ମତ ଉପରେ ନିର୍ଭରଶୀଳ। ବାସ୍ତବରେ ଏଭଳି ଲୋକେ କଥା ବଖାଣିବାକୁ ସମ୍ବଳ ବିନିଯୋଗ କରନ୍ତି।
ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ‘୨୦୨୩ ମ୍ୟୁନିକ୍‌ ସିକ୍ୟୁରିଟି କନ୍‌ଫରେନ୍‌ସ୍‌’ ଭାଷଣ ଦେବା ବେଳେ ଜର୍ଜ ସରୋସ୍‌ ଭବିଷ୍ୟବାଣୀ କରିଥିଲେ ଯେ, ବିଜ୍‌ନେସ୍‌ ଟାଇକୁନ୍‌ ଗୌତମ ଆଦାନିଙ୍କ ବ୍ୟବସାୟିକ ଅସୁବିଧା ଯୋଗୁଁ ପ୍ରଧାମନ୍ତ୍ରୀ ମ‌ୋଦୀ ଦୁର୍ବଳ ହୋଇଯିବେ। ଆଦାନିଙ୍କ ଶିଳ୍ପ ସାମ୍ରାଜ୍ୟରେ ହୋଇଥିବା ଠକେଇ ଓ ଷ୍ଟକ୍‌ ଜାଲିଆତି ଅଭିଯୋଗ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶୀ ନିବେଶକମାନଙ୍କୁ ଓ ସଂସଦକୁ ଜବାବ ଦେବାକୁ ପଡ଼ିବ।
ଆଦାନି ଗ୍ରୁପ୍‌ ହିସାବପତ୍ରରେ ଠକେଇ ଓ ଅଂଶଧନ ଜାଲିଆତି କରିଛି ବୋଲି ଆମେରିକାର ‘ସର୍ଟ ସେଲର୍‌’ ହିଣ୍ଡେନ୍‌ବର୍ଗ’ ରିପୋର୍ଟ ପ୍ରକାଶ କରିବା ପରେ ସେୟାର୍‌ ବଜାରରେ ଆଦାନି ଗ୍ରୁପ୍‌ରର ଅଂଶଧନ ବିପର୍ଯ୍ୟସ୍ତ ହୋଇପଡ଼ିଛି।
କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଧ୍ୟ ସରୋସ୍‌ ସମାଲୋଚନା କରିଛନ୍ତି ବୋଲି ‘ବିଜେପି’ ଅଭିଯୋଗ କରିଛି। ସରୋସ୍‌ଙ୍କ ଟିପ୍ପଣୀକୁ ଭାରତ ଉପରେ ଆକ୍ରମଣ ବୋଲି ଦର୍ଶାଇ ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦେଶବାସୀଙ୍କୁ କହିଥିଲେ କି, ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ହସ୍ତ‌କ୍ଷେପ କରିବାକୁ ଉଦ୍ୟମ କରୁଥିବା ବିଦେଶୀ ଶକ୍ତିଙ୍କୁ ସେମାନେ ସମ୍ମିଳିତ ଜବାବ ଦିଅନ୍ତୁ।

ad-week
Leave A Reply

Your email address will not be published.