ନିର୍ବାଚନ କମିସନ୍‌ ନି‌ଷ୍ପତ୍ତି ବିରୋଧରେ ଉଦ୍ଧବ ଠାକ୍‌ରେ ଯାଇପାରନ୍ତି ସୁପ୍ରିମ୍‌ କୋର୍ଟ

add-all

ମୁମ୍ବାଇ : ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ଲାଗି ‘ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀ ଶିବସେନା’ର ମୁଖ୍ୟ ଉଦ୍ଧବ ଠାକ୍‌ରେ ଆଜି ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ବୈଠକ ଡକାଇଛନ୍ତି।
ଆଜି ଅପରାହ୍ଣରେ ବାନ୍ଦ୍ରା ଉପନଗରୀସ୍ଥିତ ଠାକ୍‌ରେଙ୍କ ବାସଭବନ ‘ମାତୋଶ୍ରୀ’ରେ ‘ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀ ଶିବସେନା’ର ନେତା, ଉପନେତା, ନିର୍ବାଚିତ ପ୍ରତିନିଧି ଏବଂ ମୁଖପାତ୍ରଙ୍କର ବୈଠକ ବସିବ ବୋଲି ଠାକ୍‌ରେଙ୍କର ଜଣେ ସହଯୋଗୀ କହିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ନିର୍ବାଚନ କମିସନ୍‌ ଦଳର ନାଁ ‘ଶିବସେନା’ ଓ ତା’ର ସଙ୍କେତ ‘ଧନୁଶର’ ସିନ୍ଦେ ଗୋଷ୍ଠୀ ‘ଶିବସେନା’ର ବୋଲି କହିଥିଲେ। ରାଜ୍ୟବାସୀଙ୍କ ପ୍ରତି ବିଚାର ଦାବି କରି ୧୯୬୬ ମସିହାରେ ବାଲାସାହେବ ଠାକ୍‌ରେଙ୍କ ଦ୍ବାରା ସଂସ୍ଥାପିତ ‘ଶିବସେନା’ ଉପରୁ ପ୍ରଥମ କରି ଠାକ୍‌ରେ ପରିବାର ନିୟନ୍ତ୍ରଣ ହରାଇଲା।
ନିର୍ବାଚନ କମିସନ୍‌ର ଏଦାଦୃଶ ନିଷ୍ପତ୍ତିକୁ ଗଣତନ୍ତ୍ରର ବିନାଶ ଓ ଚୋରି ବୋଲି କହି ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ଏହି ନିଷ୍ପତ୍ତିକୁ ସେ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିବେ।
ପ୍ରତିଦ୍ବନ୍ଦ୍ବୀ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜଣେ ବିଶ୍ବାସଘାତକ ଏବଂ ତାଙ୍କର ସ୍ବଭାବ ବଦଳିବ ନାହିଁ ବୋଲି କହି ଉଦ୍ଧବ କହିଛନ୍ତି, ସେମାନେ ‘ଶିବସେନା’ର ଚିହ୍ନ ଚୋରାଇ ନେଇଛନ୍ତି। ଆମେ ହତାଶ ନ ହୋଇ ସଂଗ୍ରାମ କରିବୁ। ଏବେ ସିନ୍ଦେ ତାଙ୍କ ଚୋରି ସାମଗ୍ରୀ ନେଇ ଆନନ୍ଦ କରନ୍ତୁ। ଥରେ ଅବିଶ୍ବାସୀ ହେଲେ ଚିରକାଳ ଅବିଶ୍ବାସୀ ହୋଇ ରହିଥିବେ।

ad-week
Leave A Reply

Your email address will not be published.